www.samajalive.in
Saturday, December 13, 2025
21.1 C
Bhubaneswar

ରାଜ୍ୟରେ ଆଉ ୧୦ହଜାର ୮୫୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ହଜାର ୮୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬,୨୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୪,୫୬୩ ଜଣ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧,୦୨୧ ଆକ୍ରାନ୍ତ । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୨,୨୧୬ ଆକ୍ରାନ୍ତ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୨୨ହଜାର ୭୩୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ରା ରହିଛି ୬୧ହଜାର ୮୦୯ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୩,୦୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୦୪, ବାଲେଶ୍ୱର ୩୨୬, ବରଗଡ ୧୪୫, ଭଦ୍ରକ ୧୦୧, ବଲାଙ୍ଗିର ୨୫୯, ବୈଦ୍ଧ ୩୮, କଟକ ୯୦୯, ଦେବଗଡ ୨୪, ଢେଙ୍କାନାଳ ୬୯, ଗଜପତିରୁ ୧୩୫ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୩୯, ଜଗତସିଂହପୁର ୨୨୨, ଯାଜପୁର ୨୧୦, ଝାରସୁଗୁଡା ୨୧୧, କଳାହାଣ୍ଡି ୧୪୪, କନ୍ଧମାଳ ୪୨, କେନ୍ଦ୍ରାପଡା ୭୫, କେନ୍ଦୁଝରରେ ୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟ ୧୬୫, ମାଲକାନଗିରି ୫୪, ମୟୁରଭଞ୍ଜ ୩୭୬, ନବରଙ୍ଗପୁର ୧୦୬, ନୟାଗଡ ୧୪୫, ନୂଆପଡା ୭୫, ପୁରୀ ୧୯୮, ରାୟଗଡା ୧୫୬, ସମ୍ବଲପୁର ୫୦୦, ସୋନପୁର ୧୦୨, ସୁନ୍ଦରଗଡ ୧୯୪୩ ଷ୍ଟେଟପୁଲରୁ ୭୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories