www.samajalive.in
Sunday, December 7, 2025
18.1 C
Bhubaneswar

ମନଇଛା ସେବନ କରନ୍ତୁ ନାହିଁ ଔଷଧ

ମୁମ୍ବଇ: ଅନୁପଯୁକ୍ତ ଔଷଧ ସେବନର ଅଧିକରୁ ଅଧିକ ବ୍ୟବହାର ହେଉଥିବା ନେଇ ଡାକ୍ତରମାନେ ସତର୍କ କରାଇ ଦେଇଛନ୍ତି । ସେମାନେ କହିଛନ୍ତି ଯେ ଭାରତରେ ଜନସାଧାରଣ ଯେଉଁ ରୋଗ ପାଇଁ ଯେଉଁ ଔଷଧ ସେବନ କରିବା କଥା ତାହା ନକରି ଅନୁପଯୁକ୍ତ ଔଷଧ ସେବନ କରୁଥିବାରୁ ମ୍ୟୁକରମାଇକୋସିସ ଭଳି ଫଙ୍ଗାଲ ସଂକ୍ରମଣ ଘଟଣା ବୃଦ୍ଧିପାଉଛି । ସେହିଭଳି ବ୍ରାଜିଲରେ ସେହି ସମାନ କାରଣ ପାଇଁ ଆସ୍ପରଜିଲୋସିସ ଘଟଣା ଅଧିକରୁ ଅଧିକ ପରିଲକ୍ଷିତ ହେଉଛି ।
ଭାରତ ଓ ବିଦେଶର ବରିଷ୍ଠ ଚିକିତ୍ସକମାନେ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି । ସେମାନେ କହିଛନ୍ତି, କୋଭିଡ-୧୯ର ସାଂପ୍ରତିକ ପରିସ୍ଥିତି ମୁକାବିଲା କରିବାକୁ ଯେଉଁଭଳି ଅନୁପଯୁକ୍ତ ଔଷଧ ଏବଂ ରୋଗ ଚିହ୍ନଟ ପଦ୍ଧତି ଅବଲମ୍ବନ କରାଯାଉଛି ତାହା ବିପଜ୍ଜନକ ହେଉଛି । ଏକ ଖୋଲା ଚିଠି ଲେଖି ୩୨ ଜଣ ବିଶିଷ୍ଟ ଡାକ୍ତର କହିଛନ୍ତି ଚଳିତ ବର୍ଷ କୋଭିଡ-୧୯ର ଚିକିତ୍ସା ପଦ୍ଧତିରେ ମୁକାବିଲା କ୍ଷେତ୍ରରେ ୨୦୨୧ ଭୁଲର ପୁନରାବୃତ୍ତି କରାଯାଉଛି । ସେମାନେ ମଧ୍ୟ ମନଇଛା ଔଷଧ ବ୍ୟବହାର ନକରିବାକୁ ସତର୍କ କରାଇ ଦେଇଛନ୍ତି । ବରିଷ୍ଠ ଡାକ୍ତରମାନେ କହିଛନ୍ତି ଏହା କ୍ଷତିକାରକ ହୋଇପାରେ, ଯାହା କୋଭିଡ ମହାମାରୀର ପୂର୍ବ ଦୁଇ ଲହର ସମୟରେ ପରିଲକ୍ଷିତ ହୋଇଥିଲା ।
ସେମାନେ କହିଛନ୍ତି ଯେ ଯେଉଁ ଲୋକମାନେ ଲକ୍ଷଣ ବିହୀନ ଅଥବା ସେମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି, ସେମାନଙ୍କ ପାଇଁ ସାମାନ୍ୟ ଔଷଧ ଅଥବା ଆଦୌ ଔଷଧ ଲୋଡାନାହିଁ । ସେମାନେ ଆଉ ମଧ୍ୟ ଜୋର ଦେଇ କହିଛନ୍ତି ଯେ ଅନୁପଯୁକ୍ତ ଔଷଧର ବ୍ୟାପକ ବ୍ୟବହାର କାରଣରୁ ଭାରତରେ ମ୍ୟୁକରମାଇକୋସିସ ଏବଂ ବ୍ରାଜିଲରେ ଆସ୍ପରଜିଲୋସିସ ଭଳି ଫଙ୍ଗାଲ ସଂକ୍ରମଣ ବୃଦ୍ଧିପାଉଛି । ସେମାନେ ଗତ ଦୁଇ ସପ୍ତାହ ଧରି ଏହିଭଳି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂପର୍କରେ ଅନୁଧ୍ୟାନ କରିବା ପରେ ଜାଣିବାକୁ ପାଇଛନ୍ତି ଯେ ସେମାନେ କୋଭିଡ-୧୯ର ଔଷଧ ଏବଂ କକଟେଲ ବ୍ୟବହହାର କରିଛନ୍ତି । ବିଭିନ୍ନ ଭିଟାମିନର ସମ୍ମିଶ୍ରଣ, ଆଜିଥ୍ରୋମାଇସିନ, ଡକ୍ସିସାଇକ୍ଲିନ, ହାଇଡ୍ରୋକ୍ସିକ୍ଲୋରୋକ୍ୱିନ, ଫାଭିପିରାଭିର ଏବଂ ଆଇଭରମେକ୍ସିନ ଆଦି କୋଭିଡ-୧୯ର ଚିକିତ୍ସା ନିମନ୍ତେ ଅଯୌକ୍ତିକର ଚିକିତ୍ସାଭ୍ୟାସ ପାଲଟିଛି । ଆରଟିପିସିଆର ପରୀକ୍ଷା ପରେ ଆଉ ଅଧିକ ପରୀକ୍ଷାର ଆବଶ୍ୟକତା ନାହିଁ । କିନ୍ତୁ ଅନେକ କ୍ଷେତ୍ରରେ ଲକ୍ଷଣବିହୀନ ଏବଂ ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କୁ ସିଟି ସ୍କାନ, ଡି-ଡାଇମର ଏବଂ ଆଇଏଲ-୬ ଭଳି ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । ଯଦ୍ଦ୍ୱାରା ପରିବାରଗୁଡିକ ଉପରେ ଅଯଥା ଆର୍ଥିକ ବୋଝ ପଡୁଛି । ତାହାସହିତ ଚିକିତ୍ସା ସମ୍ମତ ଯୁକ୍ତିଯୁକ୍ତ କାରଣ ନଥାଇ ରୋଗୀମାନେ ହାସପାତାଳରେ ଭର୍ତ୍ତି ହେବାଦ୍ୱାରା ସେମାନଙ୍କୁ ବିଭିନ୍ନ ପରୀକ୍ଷା କରାଇବାକୁ କୁହାଯାଉଛି ଏବଂ ଏହା ସେମାନଙ୍କ ଉପରେ ଆର୍ଥିକ ଚାପ ପକାଉଥିବାବେଳେ ଅଣ କୋଭିଡ ରୋଗୀମାନେ ଜରୁରୀ ସମୟରେ ହାସପାତାଳରେ ଶଯ୍ୟା ପାଉନାହାନ୍ତି । ସରକାରଙ୍କୁ ପତ୍ର ଲେଖିଥିବା ବିଶିଷ୍ଟ ଡାକ୍ତରଙ୍କ ମଧ୍ୟରେ ମୁମ୍ବଇସ୍ଥିତ ଯଶଲୋକ ହାସପାତାଳର ଡା.ସଞ୍ଜୟ ନାଗ୍ରାଲ, କେରଳର ରାଜଗିରିସ୍ଥିତ ଦି ଲିଭର ଇନଷ୍ଟିଚ୍ୟୁଟର ଡା.ସାଇରିକ ଆବି ଫିଲିପ୍ସ, ବେଙ୍ଗାଲୁରୁର ଡା.ରଜନୀ ଭଟ, ଦିଲ୍ଲୀର ଡା.ଭରତ ଗୋପାଳ, ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜର ଡା.ରିଚା ଗୁପ୍ତାଙ୍କ ସମେତ ଆମେରିକା ଓ କାନାଡାରେ ରହୁଥିବା କେତେକ ଭାରତୀୟ ବଂଶୋଦ୍ଭବ ଡାକ୍ତର ରହିଛନ୍ତି ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories