www.samajalive.in
Sunday, December 7, 2025
15.1 C
Bhubaneswar

ରଶ୍ମିରଞ୍ଜନ ସିଦ୍ଧାଶ୍ରମର ମକରସଂକ୍ରାନ୍ତି ସତ୍ସଙ୍ଗ ଉତ୍ସବ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଳକ୍ ଅନ୍ତର୍ଗତ ସିନ୍ଧି ଗୁଡା ପଞ୍ଚାୟତର ବେଲଗାଁର କୈଳାସ ଚନ୍ଦ୍ର ସାହୁଙ୍କ କାଜୁ ବଗିଚାରେ କୋରୋନା କଟକଣା ଅନୁଯାୟୀ ସୀମିତ ସଂଖ୍ୟକ ଭକ୍ତଙ୍କ ଗହଣରେ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ, ତାରାଗାଁ, ନବରଙ୍ଗପୁରର ରଶ୍ମି ପ୍ରସାଦ ଡ: ନୀଳ କଣ୍ଠ ପାଢ଼ୀଙ୍କ ଅଧ୍ୟକ୍ଷତାରେ ମକର ସଂକ୍ରାନ୍ତି ସତ୍ ସଙ୍ଗ ଉତ୍ସବ ହର୍ଷ ଉଲ୍ଲାସର ସହ ପାଳନ ହୋଇ ଯାଇ ଅଛି।କାର୍ୟ୍ୟକ୍ରମ ସାରଣୀ ଅନୁଯାୟୀ ମହାମନ୍ତ୍ର ଜପ, ଜଣାଣ, ଠାକୁରଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ, ବିନାୟକ ବନ୍ଦନା, ଗୁରୁ ବନ୍ଦନା, ପ୍ରାଣାୟାମ, ପ୍ରାର୍ଥନା, ଭଜନ, ଭାଗବତ ପ୍ରବଚନ, ସାରସତ୍ତ୍ବ ବାଣୀ ପାଠ, କୀର୍ତ୍ତନ, ପ୍ରସାଦ ବଣ୍ଟନ ଓ ଶେଷରେ ଆନନ୍ଦ ବଜାର ପ୍ରସାଦ ସେବନ ପରେ ଉତ୍ସବ ସମ୍ପନ୍ନ କରା ଯାଇଅଛି।

ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅବସରପ୍ରାପ୍ତ ବନ ବିଭାଗାଧିକାରୀ ତଥା ଏକାଧିକ ଭାଗବତ ଟୁଙ୍ଗିର ପ୍ରତିଷ୍ଠାତା ଜଗନ୍ନାଥ ଶତପଥୀ ଭାଗବତ ପାଠର ଉପଯୋଗିତା ଓ ଏହାର ମାହାତ୍ମ୍ୟ ବିଷୟରେ ଦୃକ୍ ପାତ କରି ନନ୍ଦାହାଣ୍ଡି ପଞ୍ଚାୟତରେ ଗୋଟିଏ ସୁଦ୍ଧା ଜଗନ୍ନାଥ ମନ୍ଦିର ନ ଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବ୍ୟକ୍ତ କରିଛନ୍ତି।ଆଶ୍ରମ ଅଧ୍ୟକ୍ଷ ଡ଼:ପାଢୀ ମକର ସଂକ୍ରାନ୍ତିର ମହତ୍ତ୍ଵ ତଥା ଭାରତୀୟ ଦର୍ଶନ ଓ ସଂସ୍କୃତିର ପ୍ରେରଣା ପୂର୍ଣ୍ଣ ବ୍ୟାଖ୍ୟାନ କରିଛନ୍ତି।ଉତ୍ସବର ଆୟୋଜକ ସୁବ୍ରତ କୁମାର ସାହୁ (ଚନ୍ଦନ ଭାଇ) ଏହି ଅଞ୍ଚଳରେ ମନ୍ଦିର ଓ ଭାଗବତ ଟୁଙ୍ଗି ପ୍ରତିଷ୍ଠା କରା ଯିବା ଓ ଆମର ଆଧ୍ୟାତ୍ମିକ ବ୍ୟବସ୍ଥା ଓ ପରମ୍ପରାକୁ ଅକ୍ଷୁଣ୍ଣ ରଖିବାରେ ଉପସ୍ଥିତ ଭକ୍ତଙ୍କ ସହଯୋଗ କାମନା କରିଛନ୍ତି। କାର୍ୟ୍ୟକ୍ରମ ପରିଚାଳନାରେ ଜଗନ୍ନାଥ ମାଝୀ, ଜ୍ୟୋତ୍ସ୍ନା ରାଣୀ ମାଝୀ, ସନ୍ତୋଷ କୁମାର ପୁଜାରୀ, ଇନ୍ଦୁମତୀ ପାଢୀ, ଧରିତ୍ରୀ ବିଷୋୟୀ, ବିକାଶ ରଞ୍ଜନ ପାଢ଼ୀ, ଗୌତମ ବିଷୋୟୀ ଓ ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ସହଯୋଗ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories