www.samajalive.in
Saturday, December 13, 2025
26.1 C
Bhubaneswar

କୋଭିଡ ସଂକ୍ରମଣ, ନବରଙ୍ଗପୁର ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼ଃ କମଲ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ଧର୍ମାନୁଷ୍ଠାନ ସହିତ ଜଡିତ ହୋଇ ରହିଥିବା ବ୍ୟକ୍ତି ବିଶେଷ ଏବଂ ପୂଜକ ଯୋଗ ଦେଇଥିଲେ। ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ଡ଼ଃ ମିଶ୍ର ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଜିଲ୍ଲାରେ ଥିବା ସମସ୍ତ ମନ୍ଦିର, ମସଜିତ ଏବଂ ଗୀର୍ଜାମାନଙ୍କରେ କେବଳ ପ୍ରତି ଦିନର ଯାହା ନୀତିକାନ୍ତି ରହିଛି ତାହା ଚାଲିବ। ଆସନ୍ତା ୩୧.୧.୨୦୨୨ ତାରିଖ ପର୍ଯ୍ୟନ୍ତ ଭକ୍ତମାନଙ୍କ ପ୍ରବେଶକୁ ବାରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଦର ତହସିଲଦାର ରବୀନ୍ଦ୍ର କୁମାର ରାଉତ, ଡେପୁଟି ଜିଲ୍ଲାପାଳ ମୌସୁମୀ ନାୟକ, ରାଜ ପୁରୋହିତ ନରସିଂହ ତ୍ରିପାଠୀ, ନବରଙ୍ଗପୁର ଥାନା ଆଇଆଇସି ତାରିକ ଅହମ୍ମଦ, ତ୍ରିପତି ବାଲାଜୀ ସାହୁ, ଅଶୋକ ଦେଓ, ଧନପତି ନାୟକ, ନବରଙ୍ଗପୁର ଜିଲ୍ଲା ଜଗନ୍ନାଥ ମନ୍ଦିର ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗ ସଭାପତି ନରେଶ କୁମାର ତ୍ରିପାଠୀ, ଉପ ସଭାପତି ଭବାନୀ ଶତପଥୀ, ନିଯୋଗର ସାଧାରଣ ସମ୍ପାଦକ କୁନା ପାତ୍ର, ଭଣ୍ଡାର ଘରଣୀ ମନ୍ଦିର ପୂଜକ ବାବୁନୁ ରଥ, ରାଜୀବ ପୂଜାରୀ, ଭଣ୍ଡାର ଘରଣୀ ମନ୍ଦିର କମିଟିର ପରେଶ ମିଶ୍ର (ଟନୀ), ରାଜୁସ।ହି ଗଣେଶ ମନ୍ଦିର ପକ୍ଷରୁ ଶାନ୍ତନୁ ପାତ୍ର, ଚୈତନ୍ୟ ମନ୍ଦିର ପୂଜକ ବୁନୁ ପାତ୍ର, ହନୁମାନ ମନ୍ଦିର ପୂଜକ ଚିନୁ ଦାସଙ୍କ ସମେତ ନବରଙ୍ଗପୁରର ସମସ୍ତ ମନ୍ଦିର, ନବରଙ୍ଗପୁର ଚର୍ଚ୍ଚର ନିରୂପ ରାଜ ସୁକୁଦୁଲାରୀ ଏବଂ ମସଜିଦ କମିଟି ପକ୍ଷରୁ କେ.ପି. ନାସିର ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories