ଅନୁଗୋଳ : ମୂର୍ତ୍ତି ବିସର୍ଜନ ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଅନୁଗୋଳ ନିଶା ଥାନା ଉଚ୍ଚବିଦ୍ୟାଳୟର ରବିବାରରେ ଗଣେଶ ମୂର୍ତ୍ତି ଭଷାଣି କରିବାକୁ ପାଖ ପୋଖରୀକୁ ସ୍କୁଲ ପିଲା ଓ ଶିକ୍ଷକ ଯାଇଥିଲେ। ମୂର୍ତ୍ତିକୁ ପାଣିରେ ଭସାଇବା ସମୟରେ ୧୦ ଶ୍ରେଣୀ ଛାତ୍ର ଚନ୍ଦନ ପରିଡ଼ା ପାଣିରେ ବୁଡ଼ି ଯାଇଥିଲେ। ବହୁତ ଖୋଜାଖୋଜି କରିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି।
Popular Categories



