www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପିର ମୌନ ଧାରଣା

ବୌଦ୍ଧ: ଭାରତର ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ଜାଣି ଶୁଣି ଅଘଟଣ ଓ ମୋଦିଜୀଙ୍କୁ ଜୀବନରେ ମାରିଦେବାର କୁଚକ୍ରାନ୍ତ କୁ ବିରୋଧ କରି ବିଜେପି ବୌଦ୍ଧ ଜିଲା ତରଫରୁ ବିଭିନ୍ନ ସ୍ଥକ୍ଷନରେ ମୌନ ଧାରଣା ଏକ ଘଣ୍ଟା ପାଇଁ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୁଣା କଟକ ଠାରେ ଓ ତେଲିବନ୍ଧ ଠାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖି ଜିଲା ବିଜେପି କାର୍ଯ୍ୟକର୍ତ୍ତା ମାନେ ଏକ ଘଣ୍ଟିଆ ମୌନ ଧାରଣା ଦେଇଥିଲେ। ଦେଶର ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥା ପ୍ରତି କଂଗ୍ରେସର ଏଭଳି ଆଚରଣ ଯେତିକି ନୀନ୍ଦନୀୟ ତାଠାରୁ ଅଧିକ ଘୃଣ୍ୟ ବୋଲି ବିଜେପି ପକ୍ଷରୁ କିହାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ବରେ ଜିଲାର ବରିଷ୍ଠ ନେତୃବୃନ୍ଦ ଅକ୍ଷୟ କୁମାର ସାହୁ, ରବୀ ନାରାୟଣ ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ଗରୁଡ଼ ପ୍ରଧାନ, ବାମନ ବାରିକ, ପ୍ରବୀର ମହାର, କାର୍ତ୍ତିକ କର୍ଣ୍ଣ, ପ୍ରଦୀପ କୁମାର ସେଠୀ, ନବୀନ ହୋତା, ସତ୍ୟାନନ୍ଦ ପାଣ୍ଡେ , ଶ୍ୟାମ ସୁନ୍ଦର୍ ପୁରୋହିତ, ବୈକୁଣ୍ଠନାଥ ପ୍ରଧାନ, ବିଶି କେଶନ ପ୍ରଧାନ, ନିଗମ ପ୍ରଧାନ, ବିଜୟ କୁମାର ଚାଉଳିଆ, ନିରଞ୍ଜନ ଚାଉଳିଆ, ବୃନ୍ଦାବନ ଦନ୍ତକ୍ଷ, ବାବୁଲୁ ପ୍ରଧାନ, ଅନିଲ କୁମାର ପ୍ରଧାନ ପ୍ରଭୁତି ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories