www.samajalive.in
Sunday, December 14, 2025
23.1 C
Bhubaneswar

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଶଙ୍କରପୁର ନିକଟରେ ରାସ୍ତା ଅବରୋଧ

ଆଠଗଡ: ଆଠଗଡ ମଧ୍ୟଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାର ଶଙ୍କରପୁର ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ଚିପସ୍‍ ବୋଝେଇ ଟ୍ରକ ଏକ ସ୍କୁଟି ଉପରେ ମାଡିଯିବାରୁ ସ୍କୁଟିଚାଳକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଆଠଗଡ ଥାନା ଅନ୍ତର୍ଗତ ଇଚ୍ଛାପୁରର ପଞ୍ଚାୟତର ଗୁଡୁପଡା ଗ୍ରାମର ଶତୃଘନ ରାଉତ ନିଜ ସ୍କୁଟିରେ ଆଠଗଡ ଆସୁଥିବାବେଳେ ଅନୁଗୁଳ ଆଡୁ ଆସୁଥିବା ଚିପସ୍‍ ବୋଝେଇ ଟ୍ରକଟି ପଛପଟୁ ତାଙ୍କ ଉପରେ ଚଢିଯାଇଥିଲା। ସମ୍ବାଦଟି ଲେଖାହେବା ବେଳକୁ ଘଟଣାସ୍ଥଳରେ ତାଙ୍କ ମୃତ ଦେହ ପଡି ରହିଥିବା ବେଳେ ଉତ୍ୟକ୍ତ ଲୋକେ ସେହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିଥିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଛି। ଘଟଣା ଘଟିଥିବା ଶଙ୍କରପୁର ଢେଙ୍କାନାଳ ସଦର ଥାନା ଓ ଭାପୁର ଫାଣ୍ଡି ଅଧିନରେ ରହିଥିବାରୁ ଉଭୟ ଥାନା ଓ ଫାଣ୍ଡିର ପୁଲିସ ଅଧିକାରୀ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇବା ପାଇଁ ଉଦ୍ୟମ ଚଳାଇଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories