www.samajalive.in
Sunday, December 14, 2025
15.1 C
Bhubaneswar

କୋଣାର୍କ ଇକୋ ରିଟ୍ରିଟ, ପର୍ଯ୍ୟଟକଙ୍କୁ ମିଳୁନି ଉନ୍ନତ ମାନର ସେବା

କୋଣାର୍କ: ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ କୋଣାର୍କସ୍ଥିତ ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ଗତ ମାସ ୧୫ ରୁ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି। ଏହା ଆସନ୍ତା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଇକୋ ରିଟ୍ରିଟ୍‌ରେ ନାନା ଅବ୍ୟବସ୍ଥା ଯୋଗୁଁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଖାଦ୍ୟର ମାନ ଅତ୍ୟନ୍ତ ନିମ୍ନମାନର ଯୋଗୁଁ ପର୍ଯ୍ୟଟକ ମୁହଁ ଫେରାଉଛନ୍ତି। ଇକୋ ରିଟ୍ରିଟକୁ ପର୍ଯ୍ୟଟନ ବିଭାଗ ଏକ ଅଣଓଡ଼ିଆ ସଂସ୍ଥାକୁ ଟେକି ଦେଇଛି ା ଏହି ସଂସ୍ଥାର ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପର୍ଯ୍ୟଟନ ଶିଳ୍ପର ବିକାଶ ନାଁରେ ବିନାଶ ହେଉଥିବା ପର୍ଯ୍ୟଟକ ଅଭିଯୋଗ କରିଛନ୍ତି। ଇକୋ ରିଟ୍ରିଟରେ ଗୋଟିଏ ମଦ ଦୋକାନ ଖୋଲିବାର ଅନୁମତି ଆଣି ଏକାଧିକ ମଦ ଦୋକାନ ଅବାଧରେ ଚାଲିଥିବା ଯୋଗୁଁ ବିଭିନ୍ନ ସମୟରେ ପର୍ଯ୍ୟଟକ ମଦ୍ୟପଙ୍କ ଦୌରାତ୍ମ୍ୟର ଶିକାର ହେଉଛନ୍ତି। ଏ ନେଇ ପର୍ଯ୍ୟଟନ ବିଭାଗ ନିକଟରେ ଖବର ରହିଥିଲେ ମଧ୍ୟ ବିଭାଗ ନିରବଦ୍ରଷ୍ଟା ସାଜିଛି।

ସୂଚନା ଅନୁଯାୟୀ ଡିସେମ୍ବର ୧୫ରୁ ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ ଆରମ୍ଭ ହୋଇଛି। ପର୍ଯ୍ୟଟକଙ୍କ ଲାଗି ରାତ୍ରି ରହଣି ନିମନ୍ତେ ତମ୍ବୁ ଗୃହ ନିର୍ମାଣ କରାଯାଇଛି। ତମ୍ବୁ ଗୃହରେ ପଞ୍ଚତାରକା ହୋଟେଲ ଭଳି ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ରାତ୍ରି ରହଣି ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି।

- Advertisement -

୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଇକୋ ରିଟ୍ରିଟ୍ ନିର୍ମାଣ କରାଯାଇଥିବାବେଳେ ଏହାର ପରିଚାଳନା ଦାୟିତ୍ୱ ରାଜସ୍ଥାନ ଇ-ଫାକ୍ଟର ନାମକ ଏକ ସଂସ୍ଥାକୁ ଦିଆଯାଇଛି। ମାତ୍ର ଏହି ସଂସ୍ଥା ସଠିକ୍ ଭାବେ ଇକୋ ରିଟ୍ରିଟ୍ ପରିଚାଳନା କରୁନଥିବା ଯୋଗୁଁ ଜନ ଅସନ୍ତୋଷ ବଢ଼଼ିବାରେ ଲାଗିଛି। ପୂର୍ବରୁ ଇକୋ ରିଟ୍ରିଟରେ ମେ ଫାୟାର, ସ୍ୱସ୍ତି ପ୍ରିମିୟମ ଭଳି ବଡ଼ ବଡ଼ ପଞ୍ଚତାରକା ହୋଟେଲକୁ ଖାଦ୍ୟ ଯୋଗାଇବା ଲାଗି ଦାୟିତ୍ୱ ଦିଆଯାଇଥିଲା। ମାତ୍ର ଚଳିତ ବର୍ଷ ଦାୟିତ୍ୱ ନେଇଥିବା ସଂସ୍ଥା ନିଜେ ଖାଦ୍ୟ ପ୍ରସ୍ତୁତ କରୁଛି। ଲାଭଖୋର ମନୋବୃତ୍ତି ରଖି ବ୍ୟବସାୟ କରୁଥିବା ଯୋଗୁଁ ଖାଦ୍ୟର ମାନକୁ ନେଇ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇକୋ ସେନ୍ସିଟିଭ୍ ଜୋନ୍) ତଥା ବନ୍ୟଜନ୍ତୁଙ୍କ ରହଣିସ୍ଥଳ ଓ ବିରଳ ଅଲିଭ୍ ରିଡ୍‌ଲେ କଇଁଛ ଅଣ୍ଡାଦାନ ସ୍ଥାନରେ ଏହି ଇକୋ ରିଟ୍ରିଟ୍ ଆୟୋଜନ କରାଯାଇଥିବା ଯୋଗୁଁ ପରିବେଶପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ସରକାର ଗୁରୁତ୍ବ ଦେଉଥିବାବେଳେ ଏଠାରେ ସେ ଦିଗ ପ୍ରତି କାହାରି ନଜର ନାହିଁ।

ସେହିପରି ଇକୋ ରିଟ୍ରିଟରେ ନିୟୋଜିତ ଅଣଓଡ଼ିଆ ଜଗୁଆଳି (ବାଉନ୍‌ସର୍)ମାନେ ସ୍ଥାନୀୟ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ହେଲେ ଇକୋ ରିଟ୍ରିଟ ନିକଟରେ ମଦ୍ୟପ ଭିଡ଼ ଲଗାଉଥିବାବେଳେ ବିିଭିନ୍ନ ସମୟରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏ ଦିଗରେ ବିଭାଗୀୟ ମନ୍ତ୍ରୀ, ସଚିବ, ପୁରୀ ଜିଲାପାଳ ପ୍ରମୁଖଙ୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories