www.samajalive.in
Sunday, December 14, 2025
16.1 C
Bhubaneswar

କମୁଛି ଶୀତ, ୧୦ରୁ ବର୍ଷା

ଭୁବନେଶ୍ବର: ପଶ୍ଚିମା ଝଡ ପ୍ରଭାବରେ ଆଗାମୀ ୧୦ ତାରିଖଠାରୁ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ସମ୍ଭାବନା ରହିଛି। ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ଏବଂ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅମଳ ହୋଇ ସାରିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ଯଥାଶୀଘ୍ର ସ୍ଥାନାନ୍ତରଣ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ରାଜ୍ୟକୁ ସମୁଦ୍ର ମଧ୍ୟରୁ ଉଷ୍ଣ ଶୁଷ୍କ ଗରମ ବାୟୁ ପ୍ରବାହ କରୁଛି। ଏହାର ପ୍ରଭାବରେ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି। ଫଳରେ ଶୀତ ପ୍ରକୋପ କମିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ପରବର୍ତ୍ତୀ ସମୟରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତି ତାପମାତ୍ରା ବୃଦ୍ଧି ପାଇବା ଦ୍ବାରା ଆଜି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀଏବଂ ଫୁଲବାଣୀରେ ୧୦.୫ ଡିଗ୍ରୀ ରହିଛି। ଅନ୍ୟାନ୍ୟ ସ୍ଥାନରେ ୧୩ ଡିଗ୍ରୀ ଉପରେ ରେକର୍ଡ ହୋଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ, ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ବୌଦ୍ଧ, ଅନୁଗୋଳ ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା ଏବଂ ପୁରୀ ଜିଲାର କେତେକ ଅଞ୍ଚଳରେ ହାଲୁକା କୁହୁଡି ଦୃଶ୍ୟମାନ ହୋଇପାରେ। ପଶ୍ଚିମାଝଡ ପ୍ରଭାବରେ ୧୦ରୁ ତିନିଦିନ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ଆକଳନ କରିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ଏହି ବର୍ଷାରେ ରବି ଫସଲ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ବ୍ୟବହାର ଉପଯୋଗୀ ପନିପରିବାକୁ ତୁରନ୍ତ ଅମଳ କରି ନିଅନ୍ତୁ। ୪ଦିନ ମଧ୍ୟରେ ଧାନ ଅମଳ ପରେ ପଡିଆ ପଡିଥିବା ଜମିରେ ରବି ବୁଣାବୁଣି କରି ଦିଅନ୍ତୁ। କାରଣ ବର୍ଷା ପରେ ସର୍ବନିମ୍ନ ତାପମାତ୍ରା କମିବା ସମ୍ଭାବନା ରହିଛି। ଯାହା ବିହନ ଗଜା ପ୍ରକ୍ରିୟାକୁ ବାଧା ଦେଇପାରେ।

- Advertisement -

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୧ରୁ ରାଜ୍ୟରେ ପାଗ ପରିବର୍ତ୍ତନ ଆସିବ। ୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ବର୍ଷା ହେବ। ଏହି ୫ଦିନରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁରରେ ୪୦ ମିମିରୁ ଅଧିକ ବର୍ଷା ହୋଇପାରେ। ଗଜପତି, ରାୟଗଡା, ବଲାଙ୍ଗିର, ସୋନପୁର, ଦେବଗଡ, ବରଗଡ଼ରେ ୩୦ରୁ ୪୦ ମିମି ବର୍ଷା ହେବାକୁ ଥିବାବେଳେ କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ, ବୌଦ୍ଧ, କନ୍ଧମାଳରେ ୨୦ରୁ ୨୫ ମିମି ବର୍ଷା ହେବ। ଅବଶିଷ୍ଟ ଅଞ୍ଚଳରେ ୧୫ ମିମି ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହୁଛି। ୧୩ ଓ ୧୪ ତାରିଖରେ କେନ୍ଦୁଝର, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ଅନୁଗୋଳ, ସୋନପୁର ଏବଂ ବଲାଙ୍ଗୀରରେ ଅଧିକ ବର୍ଷିବ। ବର୍ଷା ଯୋଗୁଁ କୃଷି କ୍ଷତିଗ୍ରସ୍ତ ହୋଇପାରେ। ଜଉପୋକ, ପାଉଁଶିଆରୋଗ, ପତ୍ରପୋଡା, ମୂଳସଢା ଦ୍ବାରା ମୁଗ, ବିରି, ଶିମ୍ବ, ସୋରିଷ, ଚିନାବାଦାମ ଫସଲ ପ୍ରଭାବିତ ହେବ।+

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories