www.samajalive.in
Sunday, December 14, 2025
19.1 C
Bhubaneswar

ଗିରଫ ୪ ଲୁଟେରାଙ୍କୁ କୋର୍ଟ ଚାଲାଣ

ବଲାଙ୍ଗିର: ଗତ ୫ ତାରିଖ ରାତି ପ୍ରାୟ ୨ଟା ୪୦ ସମୟରେ ଜାତୀୟ ରାଜପଥ-୨୬ର ସିନଖମନ ପାଖ ପୋଲ ପାଖରେ ଦେଓଗାଁ ପଟକୁ ଯାଉଥିବା ଓଡି୦୫ଏଏସ୍‍ ୨୭୪୯ ତେଲ ଟ୍ୟାଙ୍କରକୁ ୪ଜଣ ଅଟକାଇଥିଲେ। ଗାଡି ଚାଳକଙ୍କୁ ମାଡ ମାରି ୨ଟି ମୋବାଇଲ୍‍ ଫୋନ୍‍ ଓ ୭ହଜାର ୬ଶହ ଟଙ୍କା ଲୁଟ୍‍ କରିଥିଲେ ୪ଜଣ। ଏସଂପର୍କରେ ଟ୍ୟାଙ୍କର ଚାଳକ କଟକ ଜିଲା କାନପୁରର ଅର୍ଜୁନ ସଦର ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ୪ଲୁଟେରାଙ୍କୁ ଗିରଫ କରିବା ସହ ଓଡ଼ି ୧୬ ୧୦୨୦ ୟମାହା ଆର୍‍-୧୫ ବାଇକ, ୨ଟି ମୋବାଇଲ୍‍ ଫୋନ୍‍, ୭ହଜାର ୨ଶହ ଟଙ୍କା ଓ ମାରଣାସ୍ତ୍ର ଜବତ କରିଥିଲା ସଦର ଥାନା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସାଉନ୍ତମୁଣ୍ଡାର ଡୁଲେଶ୍ୱର ସୁନା(୨୦), ତାଲପାଲିପଡ଼ାର ସୋନୁ ନାଏକ(୨୧), ସୁଶାନ୍ତ ଭୋଇ(୨୧)। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories