ବୌଦ୍ଧ: ବୌଦ୍ଧଜିଲା ବିଜେପିର ପଛୁଆବର୍ଗ ମୋର୍ଚ୍ଚା ପକ୍ଷରୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦାବି କରି ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସଂରକ୍ଷଣ ନାହିଁ ତ ନିର୍ବାଚନ ନାହିଁ ସ୍ଲୋଗାନ ଦେବା ସହିତ ରାଜ୍ୟରେ ପଛୁଆବର୍ଗ ୫୪% ପ୍ରତିଶତ ଥିଲେ ମଧ୍ୟ ରାଜ୍ୟ ସରକାର ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ନକରିବା ପଛୁଆବର୍ଗଙ୍କ ପ୍ରତି ଚରମ ଅବହେଳା ବୋଲି ଅଭିଯୋଗ କରାଯିବା ସହିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତିରେ ଏକ ଦାବିପତ୍ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପଛୁଆବର୍ଗ ମୋର୍ଚ୍ଚାର ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ, ଜିଲା ସାଧାରଣ ସମ୍ପାଦକ ତାପସ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ବାଘ, ମୁଣ୍ଡାପଡା ମଣ୍ଡଳ ସଭାପତି ଯୀଶୁ ପ୍ରଧାନ, ତୋଷଣ କୁମାର ଡାଙ୍ଗ, ତ୍ରିବିକ୍ରମ ମହାକୁଳ, ଏକଲବ୍ୟ ମହାକୁଳ, ଶିବ କ୍ଷେତି, ଶ୍ରୀତମ ଡାଙ୍ଗ, ସୁବାଷ ଦେହୁରୀ, ତୀର୍ଥ ପାତ୍ର, ପଞ୍ଚାନନ ଭୋଇ, ଗୌରଚନ୍ଦ୍ର ଭୋଇ,ଶ୍ରୀକ୍ଷେତ୍ର ମହାକୁଳ, ରଞ୍ଜିତ ବେହେରା, ହିମାଂଶୁ କର୍ଣ୍ଣ ଓ କିଶୋର ସିସିଂହଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।



