www.samajalive.in
Saturday, December 13, 2025
26.1 C
Bhubaneswar

ଲଇଡା କଲେଜରେ ‘ମୋ କଲେଜ’ ଅଭିଯାନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡା ଠାରେ ଥିବା ଦୁତିକା ସାହୁ ମହାବିଦ୍ୟାଳୟରେ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଟିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ବସନ୍ତ କୁମାର ନାଏକ ନ।ଏକ ସଭାପତିତ୍ୱ କରିଥିଲେ। ବୈଠକରେ ଓଡ଼ିଶା ସରକାରଙ୍କ ମୋ କଲେଜ ଅଭିଯାନ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ମହାବିଦ୍ୟାଳୟର ମୋ କଲେଜ ଅଭିଯାନର ଆବାହକ ଅଧ୍ୟପାକ ଶ୍ରୀକାନ୍ତ ପଟେଲ ଅଭିଯାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ଅଲୋକପାତ କରିଥିଲେ। ଯେଉଁ କଲେଜ ଆମକୁ ଶିକ୍ଷିତ ଏବଂ ସ୍ବାବଳମ୍ବୀ କରାଇଛି ସେହି କଲେଜ ପାଇଁ କିଛି କରିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ବ ଓ କର୍ତ୍ତବ୍ୟ ଅଟେ ବୋଲି ଉପସ୍ଥିତ ଥିବା ପୁର୍ବତନ ଛାତ୍ରଛାତ୍ରୀମାନେ ମତ ବ୍ୟକ୍ତ କରିଥିଲେ।

ଅଧ୍ୟକ୍ଷ ଡ. ନାଏକ ପ୍ରତ୍ୟେକ ୬ ମାସରେ ଥରେ ପୂରାତନ ଛାତ୍ରଛାତ୍ରୀଙ୍କୁ ନେଇ ବୈଠକ ଆୟୋଜନ ଏବଂ ଏକ ମାଗାଜିନ୍ ମଧ୍ୟ ବାହାର କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ବୈଠକରେ କୃଷକ ନେତା ସରୋଜ ପୁଜାରୀ, ଅଧ୍ୟପାକ ଶେଖ ନିଜାମୁଦିନ ଅଲ୍ଲୀ, କୁଟୁରାଚୁଆଁ ଜୁନିଅର କଲେଜର ଅଧକ୍ଷ ନିଲଂଚଳ ତିୱାରୀ, ଶାସନ ଜୁନିଅର କଲେଜର ଅଧକ୍ଷ ଶୋଷିତ ନାଏକ, ଅଧ୍ୟାପିକା ଡକ୍ଟର ନିବେଦିତା ନାଥ, ଅନିଲ ପଟେଲ ପ୍ରମୁଖ ପୁରାତନ ଛାତ୍ରଛାତ୍ରୀ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ବରିଷ୍ଠ ଅଧ୍ୟପାକ ଜୟନାରାୟଣ ଶତପଥି ମହାବିଦ୍ୟାଳୟ ସମ୍ମୁଖୀନ ହେଉ ଥିବା ବିଭିନ୍ନ ସମସ୍ୟାର ନିରାକରଣର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।

- Advertisement -

ଅଧ୍ୟାପକ ପ୍ରଫୁଲ ଭୋଇ, ଅଧ୍ୟାପକ ପ୍ରଶାନ୍ତ ପଟେଲ, ଅଧ୍ୟାପକ ଅଶୋକ ପ୍ରଧାନ, ଅଧ୍ୟାପକ ଅଲେଖ ଦିବେଦୀ, ଜିତେନ୍ଦ୍ର ପ୍ରସାଦ ସିଂହ, ମାର୍କସ ଡୁଙ୍ଗଡୁଙ୍ଗ, ଆଶିଷ ପାଣିଗ୍ରାହୀ, ଅଧ୍ୟାପିକା ମଧୁମିତା ମିଶ୍ର, ସୁସ୍ମିତା ବେହେରା ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ବିଶ୍ଵନାଥ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories