www.samajalive.in
Sunday, December 14, 2025
16.1 C
Bhubaneswar

ଶିକ୍ଷକ ବଦଳି, ବିଧାୟକଙ୍କ ସୁପାରିଶ ପାଣିର ଗାର

ପାଟଣା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କର ବୈଠକ ଗତ ୨୦୨୧ ନଭେମ୍ବର ମାସ ୧୧ ତାରିଖ ବୁଧବାର ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷକମାନଙ୍କର ପଦୋନ୍ନତି ସହ ବଦଳି ପ୍ରକ୍ରିୟାକୁ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ସରିବା ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଦୁର୍ଭାଗ୍ୟବଶତଃ ଶିକ୍ଷକ ମାନଙ୍କର ବଦଳି ପ୍ରକ୍ରିୟା ଉକ୍ତ ସମୟ ଅବଧି ମଧ୍ୟରେ ହୋଇ ନ ପାରିବାରୁ ଏହି ଅବଧିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାର ଡିସେମ୍ବର ମାସ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କେତେକ ବିଧିବ୍ୟବସ୍ଥା ଅନୁସାରେ ଜିଲ୍ଲା ସ୍ତରରେ ଦକ୍ଷ ଅଧିକାରୀ ଗଣ ଘନଘନ ବୈଠକ ଜାରି ରଖି ଚିଠା ପ୍ରସ୍ତୁତିରେ ଲାଗିପଡିଲେ ଯାହାକି ଲୋକଦେଖାଣିଆ କିନ୍ତୁ ଏ ଯାବତ କେନ୍ଦୁଝର ଜିଲ୍ଲାରେ ବଦଳି ପ୍ରକ୍ରିୟାକୁ ଚୁଡାନ୍ତ ରୂପରେଖ ଦେବାରେ ବିଫଳ ଯାହାକି ସାଧାରଣରେ ଏକ ମୁଖ୍ୟ ଆଲୋଚ୍ୟ ବିଷୟ।

ବିଧାୟକମାନେ ସୁପାରିଶ କରିଥିବା ଚିଠାକୁ ମଧ୍ୟ ଜିଲ୍ଲା ଶିକ୍ଷାବିଭାଗ ଅଣଦେଖା କରିବା ସହିତ ଏ ଯାବତ ସେମାନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରୁନାହାଁନ୍ତି। କାଦୁଅ ଫୋପଡା ନୀତିରେ ବଦଳି ପ୍ରକ୍ରିୟା ଏକ ପ୍ରହସନ ପାଲଟିଛି। ଏକ ସର୍ବେକ୍ଷଣରୁ ଜଣାପଡିଛି କେନ୍ଦୁଝର ଜିଲ୍ଲାର ୩୮୦ ଗୋଟି ବିଦ୍ୟାଳୟ (ପ୍ରାଥମିକ) ମାତ୍ର ଜଣେ ଲେଖାଏଁ ଶିକ୍ଷକରେ ଚାଲୁଥିବା ବେଳେ ୧୯ ଗୋଟି ବିଦ୍ୟାଳୟରେ ଆଦୌ ଶିକ୍ଷକ ନାହାନ୍ତି। ସେହି ୧୯ ଗୋଟି ବିଦ୍ୟାଳୟର ଅଫିସ କାର୍ଯ୍ୟ ତୁଲାଇବା ପାଇଁ ଡେପୁଟେସନରେ ଅନ୍ୟ ବିଦ୍ୟାଳୟରୁ ଜଣେ ଲେଖାଏଁ ଶିକ୍ଷକ ଦିଆଯାଇଛି। ଏଥିରୁ ସ୍ପଷ୍ଟ ଅନୁମେୟ କେନ୍ଦୁଝର ଜିଲ୍ଲାର ପ୍ରାଥମିକ ଶିକ୍ଷା କେତେ ନିମ୍ନଗାମୀ। ପ୍ରାଥମିକ ଶିକ୍ଷାର ସୁଧାର କିପରି ହେବ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ଇତି ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବଦଳି ପ୍ରକ୍ରିୟା ସମାପନ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଏହି ପ୍ରକ୍ରିୟା ଶୀତଳଭଣ୍ଡାରରେ ପଡିରହିଛି। ଶିକ୍ଷକମାନଙ୍କର ବଦଳି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଭୁଷୁଡି ପଡିଥିବା ପ୍ରାଥମିକ ଶିକ୍ଷାର ସୁଧାର ଆଣିବା ପାଇଁ ଛାତ୍ରଛାତ୍ରୀମାନଙ୍କର ଅଭିଭାବକ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଓ ଲୋକ ପ୍ରତିନିଧିମାନଙ୍କର ହସ୍ତକ୍ଷେପ ଲୋଡିଛନ୍ତି। ଯେଉଁ ଅଧିକାରୀଗଣ ଏହି ବଦଳି ପ୍ରକ୍ରିୟାର ବାଧକ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲୋକ ପ୍ରତିନିଧି ମାନେ ଏକତ୍ରିତ ହୋଇ ସ୍ୱର ଉତୋଳନ କରିବାର ଆବଶ୍ୟକତା ରହିଛି। ଆଗକୁ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଛାତ୍ରଛାତ୍ରୀମାନଙ୍କର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ତିନିରୁ ଚାରିଦିନ ମଧ୍ୟରେ ରେସନାଲାଇଜେସନ ଓ ବଦଳି ପ୍ରକ୍ରିୟାକୁ ଚୁଡାନ୍ତ ରୂପରେଖ ବା କାର୍ଯ୍ୟକାରୀ କରା ନ ଗଲେ ମୁଖ୍ୟମନ୍ତ୍ରୀ, ୫- ଟି ସଚିବ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ଦିଆଯିବା ସହ ଜିଲ୍ଲା ଶିକ୍ଷା ଅଧିକାରୀ କେନ୍ଦୁଝରଙ୍କ ବିରୁଦ୍ଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପାଇଁ ସଜବାଜ ଚାଲିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories