www.samajalive.in
Sunday, December 14, 2025
26.1 C
Bhubaneswar

ତ୍ରିସ୍ତରୀୟ ପଞ୍ଚାୟତର ନିର୍ବାଚନ, ଆଦିବାସୀଙ୍କ ସଂରକ୍ଷଣକୁ ନେଇ ବ୍ଳକ ଘେରାଓ

ଗୁଡଭେଲା: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସରପଞ୍ଚ, ସମିତି ସଭ୍ୟା, ବ୍ଳକ ଅଧ୍ୟକ୍ଷ ଆସନରେ ଆଦିବାସୀଙ୍କୁ ସଂରକ୍ଷଣରେ ବାଦ ଦେଇଥିବାରୁ ଓଡିଶା ସରକାରଙ୍କ ତଥା ବିଜେଡି ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ସହ ବ୍ଳକ ସମ୍ମୁଖରେ ଆଜି ଗର୍ଜିନ ଥିଲା ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ, ବଲାଙ୍ଗୀର ଶାଖା ଗୁଡଭେଲା ବ୍ଳକ। ଗୁଡଭେଲା ସ୍ଥିତ ବନ୍ଧେନବୁଢୀଙ୍କ ପିଠରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ଅସ୍ତ୍ର ଟାଙ୍ଗୀ, ଧନୁସର ଧରି ଓଡିଶା ସରକାରଙ୍କ ବିରୋଧ ନାରା ଦେଇ ବ୍ଳକର ୧୩ଟି ପଞ୍ଚାୟତ ସହସ୍ରାଧିକ ଲୋକଙ୍କ ସହ ବ୍ଳକ କାର୍ଯ୍ୟଲୟ ଅଭିମୁଖେ ଆଦିବାସୀ କଲ୍ୟାଣ ସଂଘ ସଭାପତି ଘନଶ୍ୟାମ ପ୍ରଧାନୀଙ୍କ ନେତୃତ୍ୱରେ ଶୋଭାଯାତ୍ରାରେ ବାହାରି ବ୍ଳକ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

୧୯୬୪ ମସିହାରୁ ଭାରତୀୟ ସମ୍ବିଧାନ ୨୪୩ (ଡି) ୧ରୁ୫ ଅନୁଚ୍ଚେଦରେ ପଞ୍ଚାୟତ ନିର୍ବାଚନ ଆଦିବାସୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିଲା ବେଲେ ଓଡ଼ିଶାର ସରକାର ସମ୍ବିଧାନ ବ୍ୟବସ୍ଥାକୁ ଉଲ୍ଲଂଘନ କରିଛନ୍ତି। ଆଦିବାସୀ ନିଜର ଅଧିକାରୀ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ସହ ଆଗାମି ନିର୍ବାଚନ ଏହାର ପରିଣାମ ନିଶ୍ଚିତ ଭୋଗିବ ବୋଲି ସଇନ୍ତଲା ବ୍ଳକର ସଭାପତି ସନ୍ତୋଷ ପୁଟା ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବରେ ବନମାଳୀ କୁଅଁର, ହରି ମାଝୀ, ଗୁଣସାଗର ଭୋଇ, ବିଭୁତି ଭୁଷଣ ଭୋଇ, ବିକ୍ରମ ଭୋଇ, ଶରତ ଭୋଇ, ପ୍ରେମାନନ୍ଦ ଭୋଇ, ଫକିର ଭୋଇ, ଭାବସିଂ ମାଝୀ, ବିଜୟ କାଲସାଏ, ପୁରନ୍ଦର ଭୋଇ, ହାଡୁ ଭୋଇ, ହେମସାଗର ଭୋଇ, ନାରିନେତ୍ରୀ ସୁଲୋଚନା ମଲ୍ଲିକ ଏବଂ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ପୁତ୍ର ସିମରନ୍ ସିଂ ଭୋଇ ଏବଂ ସୋଭେନ୍ ସିଂ ଭୋଇ ମଧ୍ୟ ଉପସ୍ଥିତ ରହି ବିଜେଡି ସରକାରଙ୍କ ବିରୋଧରେ ବିଭୋକ୍ଷ ପ୍ରଦର୍ଶନ କରିଥିଲେ।

- Advertisement -

ଦେଓଗାଁ କାର୍ଯ୍ୟକାରି ସଭାପତି ସୁରଥ ଧରୁଆ ମଞ୍ଚପରିଚାଳନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଡଭେଲା ବିଡ଼ିଓ ବିନୋଦ ନାଏକଙ୍କ ଉପସ୍ଥିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ବ୍ଳକର ୧୩ଟି ପଞ୍ଚାୟତର ଶହ ଶହ ଆଦିବାସୀ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସହ ଢାପ, ନିଶାନ ବାଦ୍ୟରେ ଶୋଭାଯାତ୍ରାରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପୋଲିସ ସୁରକ୍ଷା ବଳୟରେ ବ୍ଳକ କାର୍ଯ୍ୟାଳୟ
ପଞ୍ଚାୟତ ନିର୍ବାଚନ ଆଦିବାସୀ ସଂରକ୍ଷଣକୁ ନେଇ ଗତ ୩ ତାରିଖରେ ଆଦିବାସୀ ମହାମେଲିରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଗାଡିକୁ ମଧ୍ୟ ଆଦିବାସୀ ଛାଡିନଥିଲେ। ଏଥିରେ ଅପ୍ରୀତିକର ଘଟଣା ଉପୁଜିଥିବାରୁ ପୋଲିସ ପକ୍ଷରୁ ସତର୍କ ଅବଳମ୍ବନ କରିଥିଲା। ତୁଷୁରା ତହସିଲଦାର ରବିନ୍ଦ୍ର ପଟେଲ ମାଜିଷ୍ଟେଟ ଭାବରେ ଉପସ୍ଥିତ ଥିଲେ। ତୁଷୁରା ଥାନାଅଧିକାରି ସଞ୍ଜବ ପଧାନ, ଦେଓଗାଁ ଥାନା ଅଧିକାରି ବାମଦେବ ଶଙ୍ଖୁଆଳ ସହ ୨ ପ୍ଳାଟୁଲ ପୋଲିସ ଫୋର୍ସ ମୁତୟନ କରାଯାଇଥିଲେ ମଧ୍ୟ ସରକାରଙ୍କ ବ୍ଳକ କାର୍ଯ୍ୟାଳୟରେ ଲଗାଯାଇଥିବା ବିଭିନ୍ନ ପୋଷ୍ଟର ଆଦିବାସୀମାନେ ଚିରି ଉପାଡି ଦେଇ ପୋଡି ଦେଇଥିଲେ ହେଲେ ପୋଲିସ ମୂକଦର୍ଶକ ସାଜିଥିଲା।

ବିଜେଡି ଛାଡିଲେ ଭାବସିଂହ
ଆଗାମି ପଞ୍ଚାୟତ ନିର୍ବାଚନ ଆସନରେ ଆଦିବାସୀଙ୍କୁ ସଂରକ୍ଷଣ ବ୍ୟବସ୍ଥାରେ ବାଦ ଦେବାରେ ପରେ ଓଡିଶା ସରକାର ତଥା ବିଜେଡି ସରକାର ଆଦିବାସୀ ବିରୋଧୀ ଅଟେ। ଯାହା ଦ୍ବାରା ପ୍ରଥମେ ଜାତି ତାପରେ ପାର୍ଟି ବୋଲି ଜାତିକୁ ଗୁରୁତ୍ବ ଦେଇ ବଲାଙ୍ଗୀର ମହାମେଳିରେ ବିଜେଡି ନେତା ତଥ ଜିଲ୍ଲା ପରିଷଦ ସତ୍ୟନାରାୟଣ ଭୋଇ ବିଜେଡିରୁ ଇସ୍ତଫା ଦେବାପରେ ଆଜି ଗୁଡଭେଲା ବ୍ଳକ ସମ୍ମୁଖରେ ବିକ୍ଷୋଭ ସଭାରେ ବ୍ଳକ ବରିଷ୍ଠ ବିଜେଡି କର୍ମୀ ତଥା ଜାମୁଟ ଗୌତିଆ ତଥା ପୂର୍ବତନ ସରପଞ୍ଚ ଭାବସିଂହ ମାଝୀ ସଭାସ୍ଥଳରେ ବିଜେଡିରୁ ଇସ୍ତଫା ଦେଲି ବୋଲି ଘୋଷଣା କରିଥିଲେ।

ଯୁବନେତାଙ୍କୁ ଉପସ୍ଥିତରେ ଜୋର୍ ଧରିଲା ବିକ୍ଷୋଭ
ଟିଲାଗଡ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ପୁତ୍ର ସିମରନ୍ ସିଂ ଭୋଇ ଏବଂ ଶୋଭେନ ସିଂ ଭୋଇ ଆଦିବାସୀ ପାରମ୍ପରିକ ଅସ୍ତ୍ର ଖଣ୍ଡା ତରୁଆଳ ଧରି ଶୋଭାଯାତ୍ରାରେ ସାମିଲ ହୋଇ ପରେ ଉପସ୍ଥିତ ଆଦିବାସୀ ମଧ୍ୟରେ ଆହୁରି ଉତ୍ସାହିତ ହେବା ସହ ଶୋଭାଯାତ୍ରା ଆହୁରି ଜୋର୍ ଧରିଥିଲା। ସୁରେନ୍ଦ୍ରଙ୍କ ବଡ ଭାଇ ବିଭିନ୍ନ ସାମାଜିକ ଆନ୍ଦୋଳନରେ ସାମିଲ ହୋଇଥିଲେ। ତାଙ୍କରି ମୃତ୍ୟୁ ପରେ ସଇନ୍ତଲା ଜମିଦାର ପରିବାରୁ ଏହି ଯୁବ ଆଦିବାସୀ ଦ୍ବୟଙ୍କୁ ଦେଖି ଶୋଭାଯାତ୍ରା ଜୋର ଧରିଥିଲା ।

ପୋଷ୍ଟର ଚିରି ଉପାଡି ଫାଙ୍କିଲେ
ଆଜି ପଞ୍ଚାୟତ ନିର୍ବାଚନ ସଂରକ୍ଷିତ ବ୍ୟବସ୍ଥା ଓଡ଼ିଶା ସରକାର ଆଦିବାସୀଙ୍କୁ ବାଦ ଦେବାପରେ ଗୁଡଭେଲା ବ୍ଳକ ସମ୍ମୁଖରେ ଚାଲିଥିବା ବିକ୍ଷୋଭ ସଭା ସମୟରେ ବ୍ଳକ କାର୍ଯ୍ୟାଳୟରେ ଲଗାଯାଇଥିବା ବିଭିନ୍ନ ସରକାରୀ ପୋଷ୍ଟରକୁ ଚିରିଦେଇ ଜାଳି ଦେବା ସହ ଉପାଡି ପିଙ୍ଗି ଦେଇଥିଲେ। ଏହାସହ ବ୍ଳକର କୃଷି ପରାମର୍ଶ କେନ୍ଦ୍ରରେ ମଧ୍ୟ ଲାଗିଥିବା ପୋଷ୍ଟରକୁ ଚିରି ଦେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories