www.samajalive.in
Saturday, December 6, 2025
15.1 C
Bhubaneswar

ମାନବ ସମ୍ବଳ ସୂଚକାଙ୍କ: ୧୩୦ ନଂରେ ଭାରତ

ନୂଆଦିଲ୍ଲୀ: ଜାତିସଂଘ ବିକାଶ ଯୋଜନା ଦ୍ୱାରା ୨୦୧୭ ବର୍ଷ ପାଇଁ ବିଶ୍ୱ ମାନବ ସମ୍ବଳ ସୂଚକାଙ୍କ ପ୍ରକାଶ ପାଇଛି। ନରୱେ ପୂର୍ବପରି ୧ ନଂ ସ୍ଥାନ ବଜାୟ ରଖିଥିବା ବେଳେ ଭାରତ ମାତ୍ର ଗୋଟିଏ ପାଦ ଉପରକୁ ଉଠି ୧୩୦ ତମ ସ୍ଥାନରେ ରହିଛି। ଭାରତର ମାନବ ସମ୍ବଳ ମୂଲ୍ୟ ଗତ ବର୍ଷର ୦.୬୨୪ରୁ ଟିକିଏ ବୃଦ୍ଧି ପାଇ ୨୦୧୭ରେ ୦.୬୪୦ରେ ପହଞ୍ଚିଛି।
୧୮୯ ଦେଶକୁ ନେଇ ପ୍ରକାଶିତ ତାଲିକାରେ ନରୱେ ନଂ ୧ ସ୍ଥାନ ବଜାୟ ରଖିଥିବା ବେଳେ ଦ୍ୱିତୀୟ ସ୍ଥାନରେ ସ୍ୱିଜରଲ୍ୟାଣ୍ଡ ଓ ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛନ୍ତି। ସବାଶେଷରେ ରହିଛି ନାଇଜର।
ସଦ୍ୟ ପ୍ରକାଶିତ ତାଲିକାରେ ଦକ୍ଷିଣ ଏସୀୟ ରାଷ୍ଟ୍ର ମଧ୍ୟରେ ଭାରତର ମାନବ ସମ୍ବଳ ମୂଲ୍ୟ ହାରାହାରି ପରିମାଣ ୦.୬୩୮ଠାରୁ ଅଧିକ ରହିଛି। ଭାରତ ତଳକୁ ବାଂଲାଦେଶ ଓ ପାକିସ୍ତାନ ଯଥାକ୍ରମେ ୧୩୬ ଓ ୧୫୦ତମ ସ୍ଥାନରେ ରହିଛନ୍ତି।

ସୂଚନାଯୋଗ୍ୟ, ଦେଶର ଶିକ୍ଷା,ସ୍ୱାସ୍ଥ୍ୟ ଓ ମୁଣ୍ଡପିଛା ଆୟ ଆଧାରରେ ମାନବ ସମ୍ବଳ ସୂଚକାଙ୍କ ପ୍ରସ୍ତୁତ ହେଉଛି। ଗତ କିଛି ଦଶନ୍ଧି ଧରି ଭାରତ ଏ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରିଥିବା ଜଣାଯାଇଛି। ୧୯୯୦ ରୁ ୨୦୧୭ ମଧ୍ୟରେ ମାନବ ସମ୍ବଳ ମୂଲ୍ୟରେ ୫୦% ବୃଦ୍ଧି ଘଟିଛି। ଏହି ସମୟ ମଧ୍ୟରେ ହାରାହାରି ଆୟୁ ପରିମାଣ ୧୧ ବର୍ଷ ବୃଦ୍ଧି ପାଇଥିବା ବେଳେ ଅଧାରୁ ସ୍କୁଲ୍‍ ପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ପାଇଛି। ଛାତ୍ରଛାତ୍ରୀଙ୍କ ହାରାହାରି ସ୍କୁଲ୍‍ରେ ରହଣି ସମୟ ୪.୭ ବର୍ଷ ବୃଦ୍ଧି ପାଇଛି। ଦେଶର ମୁଣ୍ଡପିଛା ମୋଟ ଜାତୀୟ ଆୟ ୧୯୯୦ ରୁ ୨୦୧୭ ମଧ୍ୟରେ ୨୬୬.୬ ପ୍ରତିଶତ ବୃଦ୍ଧି ପାଇଛି।
ଅପରପକ୍ଷରେ ବିଶ୍ୱସ୍ତରରେ ମହିଳା ମାନବ ସମ୍ବଳ ମୂଲ୍ୟ ପୁରୁଷଙ୍କ ତୁଳନାରେ ୬% କମ୍‍ ରହିଛି। ଲିଙ୍ଗଗତ ଅସମାନତା ସୂଚକାଙ୍କରେ ୧୬୦ଟି ଦେଶ ମଧ୍ୟରେ ଭାରତ ୧୨୭ତମ ସ୍ଥାନରେ ରହିଛି। ରୋଜଗାର, ଶିକ୍ଷା କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ତୁଳନାରେ ପଛରେ ଥିବାରୁ ସୂଚକାଙ୍କରେ ମହିଳା ସମ୍ବଳ ମୂଲ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି। ସୂଚକାଙ୍କରେ ଉଲ୍ଲେଖିତ ତଥ୍ୟାନୁଯାୟୀ ଭାରତୀୟ ସଂସଦରେ ମହିଳାଙ୍କ ଲାଗି ମାତ୍ର ୧୧.୬% ଆସନ ସଂରକ୍ଷିତ ରହିଛି। ପ୍ରୌଢ଼ ଶିକ୍ଷା କ୍ଷେତ୍ରରେ ୬୪% ପୁରୁଷ ମାଧ୍ୟମିକ ଶିକ୍ଷା ସ୍ତରରେ ପହଞ୍ଚିଥିବାବେଳେ ମାତ୍ର ୩୯% ମହିଳା ଏହି ସଫଳତା ହାସଲ କରିପାରିଛନ୍ତି। ସେହିପରି ଭାରତରେ ୨୭.୨% ମହିଳା ଶ୍ରମିକ ତୁଳନାରେ ପୁରୁଷ ଶ୍ରମିକଙ୍କ ସଂଖ୍ୟା ୭୮.୮% ରହିଛି। ବିଶ୍ୱସ୍ତରରେ ଏହି ସଂଖ୍ୟା ଯଥାକ୍ରମେ ୪୯% ଓ ୭୫% ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories