www.samajalive.in
Saturday, December 6, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବାଙ୍ଗିଛକ ଠାରୁ ଏଣ୍ଟିମୁନିଗାଁ ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ

ରାମନାଗୁଡା :  ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋସାଁଇ ଗୁଲୁମୁଣ୍ଡା ପଞ୍ଚାୟତ ଅଧିନ ଏଣ୍ଟିମୁନିଗାଁ ଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବାଙ୍ଗିଛକ ଠାରୁ ଡାକରଡା ,ସାନବାଙ୍ଗି,ବାଙ୍ଗି,ଏଣ୍ଟିମୁନଗାଁ ରାସ୍ତା ଭିତ୍ତିପ୍ରସ୍ତର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର ଦାଶ,ଗୋଁସାଇ ଗୁଲୁମୁଣ୍ଡା ସରପଞ୍ଚ ,ଜିଲ୍ଲା ସଂପାଦକ ଗଗନ ଆଚାର୍ୟ୍ୟ,ବିଜୁ ଛାତ୍ର ଜନତା ଦଳ ସଭାପତି ପିଙ୍କୁ ପଣ୍ଡା, କମଳଲୋଚନ ମୁଟିକା, ଗ୍ରାମ୍ୟ ବିଭାଜନ ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ରାୟ ,ସହକାରୀ ଯନ୍ତ୍ରୀ ସଞ୍ଜୀବ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ କ୍ଷୀରେନ୍ଦ୍ର କୁମାର ନାୟକଙ୍କ ସହ ପଦ୍ମପୁର ବ୍ଲକ ଅଧ୍ୟକ୍ଷ, ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବାଙ୍ଗିଛକ ଠାରୁ ୧୦୪୬.୦୩ଲକ୍ଷ ବ୍ୟୟରେ ୭.୫କିଲୋମିଟର ରାସ୍ତା କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏନେଇ ଖୁବଶୀଘ୍ର ରାସ୍ତା ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯିବ।ଫଳରେ ଏଥିରେ,ବାଙ୍ଗି, ସାନବାଙ୍ଗି,ଡାକରଡା,ଏଣ୍ଟିମୁନିଗାଁ ଆଦି ୪ଟି ଗ୍ରାମର ଗ୍ରାମବାସୀ ଉପକୃତ ହେବା ସହ ଏନେଇ ସରକାରଙ୍କୁ  ଗ୍ରାମବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି।ପୂର୍ବରୁ ଏହି ଗ୍ରାମର ଲୋକଙ୍କ ଗ୍ରାମ ନିକଟରେ ନାଳ ପାରି ହେବାକୁ ନାନା ଅସୁବିଧା ସମ୍ମୁଖୀନ ହେଉଥିଲେ। ପରେ ସରକାରଙ୍କ ପକ୍ଷରୁ ଏକ ହାଇଲେଭଲ ବ୍ରିଜ ପାଇଁ ଶୁଭ ଉଦଘାଟନ କରାଯାଇଥିବାବେଳେ ତାହା ବର୍ତ୍ତମାନ ଶେଷ ପର୍ୟ୍ୟାୟରେ ପହଞ୍ଚିଛି।ତେବେ ଏଣିକି ୪ଖଣ୍ଡ ଗ୍ରାମର ଲୋକଙ୍କ ପାଇଁ ଆଉ ପାଦଚଲା ପଥୁରିଆ ରାସ୍ତାରେ ଯିବାକୁ ପଡିବନି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।।ଏହି କାର୍ୟ୍ୟକ୍ରମକୁ ଗ୍ରାମ୍ୟ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୀବ କୁମାର ନାୟକ ପରିଚାଳନା କରିଥିଲେ।।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories