www.samajalive.in
Saturday, December 6, 2025
26.1 C
Bhubaneswar

ଭାଜପା ପକ୍ଷରୁ ଜିଲାପାଳଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ୧୫ ଦଫା ଦାବି ପତ୍ର ପ୍ରଦାନ

କଲ୍ୟାଣସିଂହପୁର : ଭାଜପା ପକ୍ଷରୁ ଜିଲାପାଳଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ୧୫ ଦଫା ଦାବି ପତ୍ର ପ୍ରଦାନ । ରାୟଗଡ଼ା ଜିଲ୍ଲା ଭାଜପା ସଭାପତି ଶ୍ରୀ ଶିବ ପଟ୍ଟନାୟକଙ୍କ ନିର୍ଦେଶରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ତତ୍ତ୍ୱାବଧାନରେ ଜ଼ିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଶ୍ରୀ ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ କଲ୍ୟାଣସିଂହପୁର ବ୍ଲକ ରେ ବିଡ଼ିଓ ସୁଧାକର ରଇତ ଙ୍କ ମାଧ୍ୟମ ରେ ରାୟଗଡା ଜ଼ିଲ୍ଲାପାଳ ଙ୍କ ଉଦେଶ୍ୟରେ ବ୍ଲକ ର ବିଭିନ୍ନ ଦାବି କୁ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଉକ୍ତ ଦାବିପତ୍ର ରେ କଲ୍ୟାଣସିଂ ହପୁର ବ୍ଲକର ବିଭିନ୍ନ ପ୍ରକାର ସମସ୍ୟା ଗୁଡିକରେ ଅନିୟମିତତା ଯଥା କାଳିଆ ଯୋଜନା, ପିଏମ କିଷାନ ଯୋଜନା,ସାର ଯୋଗେଇବା, କୃଷି ଅଧିକାରୀ ଅଭାବ, ଚେକ ଡ୍ୟାମ ସମସ୍ୟା, ଚାଷୀ ବିହନ ସମସ୍ୟା, ପାଣି ପାଇଁ ଟ୍ୟୁବୱେଲ ବ୍ୟବସ୍ଥା ପାଇଁ ଟ.୫୦୦୦/-, ବିପିଏଲ କାର୍ଡରେ ପଞ୍ଜିକରଣ ,ପିଏମ ଆବାସ ଯୋଜନା, ଗୋରୁଶାଳ ଯୋଜନା, ସ୍କୁଲ ଶିକ୍ଷକ ଅଭାବ, ମେଡିକାଲ ଅବ୍ୟବସ୍ଥା, କନିଷ୍ଠ ଯନ୍ତ୍ରୀ ମାନଙ୍କର ମାନମୁଖୀ କାର୍ୟ୍ୟ ଓ ଦାଦାଗିରି, ସଫେଇ କାର୍ୟ୍ୟ, ନାବାଳିକା ଅପହରଣ , ଆଦିବାସୀଙ୍କୁ ଜଙ୍ଗଲ ଜମି ଆଇନ ଅନୁଯାୟୀ ପଟ୍ଟା ପ୍ରଦାନ, ପ୍ରତ୍ୟେକ ଜିଲାପରିସଦ ଜୋନରେ ଜଳ ନିଷ୍କାସନ ବ୍ୟବସ୍ଥା ଆଦି ସମ୍ପର୍କରେ ଦର୍ଶାଯାଇଛି।
ଆଗାମୀ ଦଶ ଦିନ ଭିତରେ ଉକ୍ତ ବ୍ଲକ ରେ ହେଉଥିବା ଅନିୟମିତା ଉପରେ ଅଙ୍କୁଶ ଲଗାଇ ଯଦି କାର୍ୟ୍ୟାନୁଷ୍ଠାନ ନହେଉଛି ତାହାଲେ ଜ଼ିଲ୍ଲା ଯୁବମୋର୍ଚ୍ଚା ତରଫରୁ ବ୍ଲକ ଘେରାଓ କରାଯିବ ବୋଲି ମନୋଜ ପଟ୍ଟନାୟକ ଜଣାଇଛନ୍ତି ବୋଲି ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି । ଉକ୍ତ କାର୍ୟ୍ୟକ୍ରମ ରେ ଶ୍ରୀ ମନୋଜ ପଟ୍ଟନାୟକ ଙ୍କ ସମେତ ସ୍ଥାନୀୟ ମଣ୍ଡଳ ସଭାପତି ରାମାରାଓ କାଡ୍ରାକା, ଶିକାରପାଇ ମଣ୍ଡଳ ସଭାପତି ମନୋଜ କୁମାର ସେଠି,ଜଗନ୍ନାଥ ରାଓ, ନରସିଂହ କୌଶଲ୍ୟା, ଶିବ ଆଚାରୀ, ରମାକାନ୍ତ ଆଚାରି ଏବଂ ନିରଞ୍ଜନ କାଡ୍ରାକା ଦାବିପତ୍ର ପ୍ରଦାନ କରିଛନ୍ତି ।ବିଡ଼ିଓ ସୁଧାକର ରଇତ ଭାଜପା ତରଫରୁ ଦେଇଥିବା ଲିଖିତ ଅଭିଯୋଗ ପତ୍ର ଜିଲାପାଳ ଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି କହିଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories