www.samajalive.in
Saturday, December 13, 2025
18.1 C
Bhubaneswar

କାଦୁଆ ଆଶ୍ରମର ପୂର୍ବତନ ସମ୍ପାଦକ ସ୍ବର୍ଗତ ଜଗନ୍ନାଥ ରଥଙ୍କ ୪୬ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ସାକ୍ଷୀଗୋପାଳ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ଆଶ୍ରମର ପ୍ରଥମ ସମ୍ପାଦକ ସ୍ବର୍ଗତ ଜଗନ୍ନାଥ ରଥଙ୍କ ୪୬ତମ ଶ୍ରଦ୍ଧାଞ୍ଜଳି ସଭା ଆଜି ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ଅତିଥି ମାନେ କାଦୁଆ ଆଶ୍ରମ ପରିସରରେ ଗାନ୍ଧୀଜୀ ଓ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସ୍ବର୍ଗତ ଜଗନ୍ନାଥ ରଥଙ୍କ ସମାଧିପୀଠରେ ମାଲ୍ୟାର୍ପଣ କରିବା ପରେ ରାମଧୂନ ଗାନ କରି ସମାଧି ପରିକ୍ରମା କରିଥିଲେ । କାଦୁଆ ଆଶ୍ରମର ସଭାପତି, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପ ସଭାପତି ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ରୂପେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସମ୍ମାନନୀୟ ଅତିଥି ରୂପେ କାଦୁଆ ଆଶ୍ରମର ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, ବ୍ୟଙ୍ଗକାର ଜ୍ଞାନ ରଥ, ବିଶ୍ୱଜିତ ଶତପଥି, ଆଇନଜୀବୀ ଗୁଣ୍ଡିଚା ବରାଳ ଓ ଅମର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

ସମାଜ ରିଲିଫ କମିଟି ସଦସ୍ୟ ତଥା କାଦୁଆ ଆଶ୍ରମ ସଦସ୍ୟ ଭବାନୀ ପ୍ରସାଦ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶେଷରେ କାଦୁଆ ଆଶ୍ରମ ସଦସ୍ୟ ତଥା ବ୍ୟଙ୍ଗକାର ଜ୍ଞାନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ନିଗମାନନ୍ଦ ସ୍ୱାଇଁ, ସୌଭାଗ୍ୟ ସାହୁ, ମମତା ବିଶୋୟୀ,ଲକ୍ଷ୍ମୀକାନ୍ତ ପଟ୍ଟନାୟକ ସୁନୀଲ କୁମାର ପଣ୍ଡା, ହୃଷିକେଶ ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ସୂର୍ୟ୍ୟ ନାରାୟଣ ଦାସ, ଓ ଉପେନ୍ଦ୍ର କୁମାର ବିଶ୍ୱାଳ ପ୍ରମୁଖଙ୍କ ସମେତ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନର ଛାତ୍ରଛାତ୍ରୀ  ଯୋଗ ଦେଇଥିଲେ । ସମାଜ ସାକ୍ଷୀଗୋପାଳ ପ୍ରତିନିଧି ଅଭିଷେକ ବେହେରା, କାଦୁଆ ଆଶ୍ରମ କର୍ମଚାରୀ ଜଗନ୍ନାଥ ବାରିକ ଓ ମନମୋହନ ମୁଦୁଲି ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories