ହରମୁସ୍‍ଜୀ କାମା ଏବିସିର ନୂତନ ଅଧ୍ୟକ୍ଷ

0

ମୁମ୍ବଇ : ହରମୁସଜୀ କାମା ୨୦୧୮-୧୯ ବର୍ଷ ପାଇଁ ଅଡିଟ ବ୍ୟୁରୋ ଅଫ୍‍ ସର୍କୁଲେସନ (ଏବିସି)ର ନୂତନ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ହରମୁସଜୀ ସଂପ୍ରତି ‘ମୁମ୍ବଇ ସମାଚାର ପ୍ରାଇଭେଟ ଲିମିଟେଡ’ ସମ୍ବାଦପତ୍ର ପରିଚାଳନା ମଣ୍ଡଳୀର ନିର୍ଦେଶକଭାବେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ଆଇଏନଏସ (ଇଣ୍ଡିଆନ ନ୍ୟୁଜପେପର ସୋସାଇଟି) ଓ ପିଟିଆଇର ସଭାପତିଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଅପରପକ୍ଷରେ ଡିଡିବି ମୁଦ୍ରା ପ୍ରାଇଭେଟ ଲିମିଟେଡ ବିଜ୍ଞାପନ ଏଜେନ୍ସିର ଅଧ୍ୟକ୍ଷ ମଧୁକର କାମାଥ୍‍ ଏବିସିର ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।

Leave A Reply