www.samajalive.in
Saturday, December 13, 2025
26.1 C
Bhubaneswar

‘ପ୍ରେମ୍‍ କୁମାର’ ସୁଟିଂ ସାରି ଫେରିବା ବେଳେ ପୁଣି ଅଘଟଣ

ଭୁବନେଶ୍ୱର : ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ୍‍ କୁମାର’ ସୁଟିଂ ବେଳେ ପୁଣି ଅଘଟଣ। ଏହି ଚିତ୍ରର କିଛି ଦୃଶ୍ୟର ସୁଟିଂ ପାଇଁ ନାୟକ ଅନୁଭବ, ନାୟିକା ଶିବାନୀଙ୍କ ସମେତ ନିର୍ଦେଶକ ତାପସ ସରଘରିଆ, କ୍ୟାମେରାମ୍ୟାନ୍‍ ପ୍ରମୁଖ ଜମ୍ମୁ କାଶ୍ମୀର ଯାଇଥିଲେ। ସେଠାରେ ଥିବା ଦୁଧ୍‍ପଥ୍ରିରେ ଗତକାଲି ସୁଟିଂ ସାରି ଫେରୁଥିବାବେଳେ ପାହାଡ଼ ଉପରେ ଅନୁଭବ ଆସୁଥିବା ଗାଡ଼ିଟି ହଠାତ୍‍ ବ୍ରେକ୍‍ ଫେଲ୍‍ ହୋଇଯାଇଥିଲା। ତେବେ ଚାଳକ ଉକ୍ତ ଗାଡ଼ିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ତେଣୁ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଅନୁଭବ। ତାଙ୍କ ସହ ଗାଡ଼ିରେ ଥିବା କ୍ୟାମେରାମ୍ୟାନ୍‍ ଓ ଅନ୍ୟମାନେ ମଧ୍ୟ ବର୍ତ୍ତି ଯାଇଥିଲେ। ଅନ୍ୟପକ୍ଷରେ ‘ପ୍ରେମ୍‍ କୁମାର’ ୟୁନିଟ୍‍ର ଅନ୍ୟ ସଦସ୍ୟମାନେ ଏକ ଗାଡ଼ିରେ ସେଟ୍‍ରୁ ଫେରୁଥିବାବେଳେ ବାରମୁଲା ନିକଟରେ ଆତଙ୍କବାଦୀଙ୍କ ହାମ୍‍ଲା ଚାଲିଥିବା ଦେଖିବାକୁ ପାଇଥିଲେ। ସେମାନଙ୍କ ଗାଡ଼ିର ଚାଳକ କୌଶଳ କରି ରାସ୍ତାର ଗତି ବଦଳାଇ ଅନ୍ୟ ଏକ ଗ୍ରାମ୍ୟ ରାସ୍ତାରେ ଦିଲ୍ଲୀ ଅଭିମୁଖେ ପଳାଇ ଆସିଥିଲେ। ଫଳରେ ଏହି ସଦସ୍ୟମାନେ ଏକପ୍ରକାର ବର୍ତ୍ତି ଯାଇଥିଲେ ବୋଲି ନିର୍ଦେଶକ ଶ୍ରୀ ସରଘରିଆ କହିଛନ୍ତି।
ସୂଚନାଯୋଗ୍ୟ, ତରଙ୍ଗ ସିନେ ପ୍ରଡକ୍ସନ୍‍ର ‘ପ୍ରେମ୍‍ କୁମାର’ ଚିତ୍ରର ସୁଟିଂ ପ୍ରଥମେ ଆରମ୍ଭ ହୋଇଥିବାବେଳେ କିଛି ଦିନ ମଧ୍ୟରେ ନାୟକ ଅନୁଭବ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ସୁଟିଂ ବନ୍ଦ ହୋଇଯାଇଥିଲା। ରଜ ଅବସରରେ ଚିତ୍ରଟି ମୁକ୍ତିଲାଭ କରିପାରିନଥିଲା। ପରେ ଯେବେ ସୁଟିଂ ଆରମ୍ଭ ହେଲା ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପିତୃ ବିୟୋଗ, ନୃତ୍ୟ ନିର୍ଦେଶକ ଗିରୀଶ ମହାନ୍ତିଙ୍କ ମାତୃ ବିୟୋଗ ପରି ଘଟଣା ଆମ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଥିବା କହିଛନ୍ତି ନିର୍ଦେଶକ ଶ୍ରୀ ସରଘରିଆ। ପ୍ରତିକୂଳ ପରିସ୍ଥିତିରେ ଚିତ୍ରଟିକୁ ନିଆରା ଢଙ୍ଗରେ ନିର୍ମାଣ କରି ଦର୍ଶକଙ୍କୁ ଆଗାମୀ ପୂଜାରେ ଭେଟି ଦେବା ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories