www.samajalive.in
Friday, December 12, 2025
23.1 C
Bhubaneswar

ଟିକା ନେଇନଥିବା ଲୋକଙ୍କ ଉପରେ ଅଷ୍ଟ୍ରିଆ ଲଗାଇବ ଜରିମାନା

ଲିଞ୍ଜ: ଅଷ୍ଟ୍ରିଆରେ ଟିକା ନେଇନଥିବା ୧୪ ବର୍ଷରୁ ଅଧିକ ବୟସର ଲୋକଙ୍କ ଉପରେ ଦେଶର ସରକାର ଜରିମାନା ଲଗାଇବେ । ତାହା ପୂର୍ବରୁ ସରକାର ଏକ ଟିକାକରଣ ନୀତି କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । ସେଥିରେ ୧୪ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କ ପାଇଁ କୋଭିଡ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଟିକା ନନେବେ ସେମାନଙ୍କ ଉପରେ ୩୬୦୦ ୟୁରୋ ପର୍ଯ୍ୟନ୍ତ ଜରିମାନା ଲଗାଯିବ ବୋଲି ଏକ ଖବର ସରବରାହ ସଂସ୍ଥା ସୂତ୍ରରୁ ଜଣାଯାଇଛି ।
ଜଣାଯାଇଛି ଯେ ଲିଞ୍ଜ ସହର ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ଭାବରେ କର୍ମଚାରୀ ନିଯୁକ୍ତ କରିବା ଆରମ୍ଭ କରିଛନ୍ତି । କୋଭିଡ ନିୟମକୁ ଅବମାନନା କରୁଥିବା ଏବଂ ଟିକା ନେଇନଥିବା ଲୋକଙ୍କୁ ଠାବ କରି ସେମାନଙ୍କ ବିରୋଧରେ ଏହି କର୍ମଚାରୀମାନେ ଜରିମାନା ଲାଗୁ କରିବା ସହିତ ତାହା ଆଦାୟ କରିବେ । ଏହି ନୂଆ ବ୍ୟବସ୍ଥା ୨୦୨୨ ଫେବ୍ରୁଆରୀରୁ କାର୍ଯ୍ୟକାରୀ ହେବ ବୋଲି ଜଣାଯାଇଛି ।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories