www.samajalive.in
Saturday, December 13, 2025
14.1 C
Bhubaneswar

ଦେଶର ବିବିଧ ସଂସ୍କୃତିକୁ ନଷ୍ଟ କରୁଛି ସ୍ୱେଚ୍ଛାଚାରୀ ସରକାର – ସୋନିଆ ଗାନ୍ଧୀ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଦଳର ୧୩୭ତମ ପ୍ରତିଷ୍ଠା ଦିବସରେ ମୋଦୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ସ୍ୱେଚ୍ଛାଚାରୀ ସରକାର ଦେଶର ବିବିଧ ସଂସ୍କୃତିକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି। ୧୯୩୧ ମସିହାରେ କଂଗ୍ରେସ ଦ୍ୱାରା ସ୍ୱୀକୃତ ଦଳୀୟ ପତାକା ଉତ୍ତୋଳନ କରି ସୋନିଆ ଗାନ୍ଧୀ ଦେଶର ଗଣତନ୍ତ୍ର ଏବଂ ସଂସ୍କୃତିର ସଂରକ୍ଷଣ ପାଇଁ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।

ଦଳୀୟ ପତାକା ଉତ୍ତୋଳନ ପରେ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ଦେଶର ଇତିହାସକୁ ମିଥ୍ୟା ପ୍ରମାଣିତ କରିବାକୁ ଚେଷ୍ଟା କରାଯାଉଛି ଓ ଆମର ବିବିଧ ସଂସ୍କୃତି ନଷ୍ଟ ହେଉଛି। ସାଧାରଣ ନାଗରିକମାନେ ନିଜକୁ ଭୟଭୀତ ଓ ଅସୁରକ୍ଷିତ ମନେ କରୁଛନ୍ତି। ଗଣତାନ୍ତ୍ରିକ ମୂଲ୍ୟବୋଧ ବଦଳରେ ଏବେ ସ୍ୱେଚ୍ଛାଚାରୀ ସରକାର ଚାଲିଛି। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଏଭଳି ସମୟରେ ଚୁପ୍ ରହିପାରିବ ନାହିଁ। ଦେଶର ଐତିହ୍ୟକୁ ନଷ୍ଟ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ସୋନିଆ କହିଛନ୍ତି ଯେ କଂଗ୍ରେସ କେବଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ଆନ୍ଦୋଳନ। ଏହାର ନେତାମାନେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଛନ୍ତି, ଜେଲ ଯାଇଛନ୍ତି ଏବଂ ଏପରିକି ନିଜ ଜୀବନ ମଧ୍ୟ ସମର୍ପଣ କରି ଦେଇଛନ୍ତି।

- Advertisement -

ସୋନିଆ ଗାନ୍ଧୀ କହିଛନ୍ତି, ଯେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ନାହାଁନ୍ତି ସେମାନେ ଏହାର ମୂଲ୍ୟ କଦାପି ବୁଝି ପାରିବେ ନାହିଁ। ଭାରତର ମୂଳଦୁଆ ଉପରେ ଆକ୍ରମଣ ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ସେ ଗଣତନ୍ତ୍ରକୁ ସବୁ ମୂଲ୍ୟରେ ବଞ୍ଚାଇ ରଖିବାକୁ କଂଗ୍ରେସ ଆହ୍ୱାନ ଦେଇଛନ୍ତି।

ତେବେ ଆଜି ଦଳୀୟ କାର୍ଯ୍ୟାଳୟରେ ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ କରିବା ସମୟରେ ପତାକା ଖସି ପଡିଥିଲା। ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ଏ.କେ ଆଣ୍ଟୋନି, କେ.ସି ବେଣୁଗୋପାଲ ଏବଂ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଭାରତୀୟ ଜାତୀୟ କଂଗ୍ରେସ ହେଉଛି ଦେଶର ସର୍ବ ପୁରାତନ ଦଳ, ଏହା ୧୮୮୫ ମସିହାରେ ପ୍ରତିଷ୍ଠା କରାଯାଇଥିଲା।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories