www.samajalive.in
Saturday, December 13, 2025
14.1 C
Bhubaneswar

ଗୋଚର ଜାଗାରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ

କଲ୍ୟାଣସିଂ ହପୁର: ରାୟଗଡ଼ା ଜିଲା କଲ୍ୟାଣସିଂ ହପୁର ବ୍ଲକ ନୂତନ କନ୍ଧ କାତିପାଡୁ ପଞ୍ଚାୟତରେ ପଞ୍ଚାୟତ ଗୃହ ନିର୍ମାଣ ବନ୍ଦ କରିବାକୁ ନେଇ ବିଡ଼ିଓ ସୁଧାକର ରଇତଙ୍କୁ ଲିଖିତ ପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି। କନ୍ଧକାତିପାଡୁ ଗାଁର କିଛି ଲୋକମାନେ ବ୍ଲକ କାର୍ଯ୍ୟାଳୟକୁ ଆସି ଗ୍ରାମସଭା ଓ ପଲ୍ଲୀ ସଭା ନକରି କନ୍ଧ କାତିପାଡୁ ପଞ୍ଚାୟତ ଗୃହ ନିର୍ମାଣକୁ ବନ୍ଦ କରିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି। କନ୍ଧ କାତିପାଡୁ ପଞ୍ଚାୟତ କାର୍ଯ୍ୟାଳୟକୁ ହୋମିୟ ଗୁଡାର ଏକ ଗୋଚର ଜାଗାରେ ନୂତନ ପଞ୍ଚାୟତପାଇଁ ନିର୍ମାଣ କୁ ବିରୋଧ କରିଛନ୍ତି । କନ୍ଧକାତିପାଡୁ ଗାଁରେ ୫ଏକର ସରକାରୀ ଜମି ଓ ଗାଁକୁ ଲାଗି ୮ସେଣ୍ଟ ବସ୍ତି ଜାଗା ରହିଥିଲେ ସୁଧା ରାଜନୀତିର ବଶବର୍ତ୍ତୀ ହୋଇ ହୋମିୟ ଗୁଡ଼ା ଠାରେ ଗୋଚର ଜମିରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସରପଞ୍ଚ, ସମିତି ସଭ୍ୟ, ୱାଡ଼ ସଭ୍ୟ, ବିଡ଼ିଓଙ୍କୁ ନ ଜଣାଇ କାର୍ଯ୍ୟ ଚଳୁଛନ୍ତି।

 

- Advertisement -

ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ମାରପିଟ ଓ ଗଣ୍ଡ ଗୋଳ ହୋଇ ଥାନାକୁ ଯାଇଥିଲେ। ଥାନା ପକ୍ଷରୁ କାମ ବନ୍ଦ କରିବା ପାଇଁ କହିଥିଲେ ସୁଧା କାମ କରି ଚାଲିଛନ୍ତି। ଗ୍ରାମସଭା ଓ ପଲ୍ଲୀ ସଭା କରି କାର୍ଯ୍ୟ କରାଯାଉ ନଚେତ କୌଣସି ସମାଧାନର ବାଟ ବାଛନ୍ତୁ। ଉଚିତ ନ୍ୟାୟ ନ ମିଳିଲେ ଉଚ୍ଚ ଅଦାଲତର ଆଶ୍ରୟ ନେବୁ ବୋଲି ସୁନିତା ହିକକା, ସମିତି ସଭ୍ୟ ସୁକାନ୍ତି ହିକକା, ହିମିରିକା ଗୋପୀ, ଶ୍ରୀକାନ୍ତ ହିମିରିକା, ପଦ୍ମାବତୀ ହିମିରିକା ପ୍ରମୁଖ କହିଛନ୍ତି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories