www.samajalive.in
Sunday, December 7, 2025
14.1 C
Bhubaneswar

ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଲେ କଂଗ୍ରେସର ଦୁଇ ବିଧାୟକ ଏବଂ ପୂର୍ବତନ କିକ୍ରେଟ ଖେଳାଳୀ ଦିନେଶ ମୋଙ୍ଗିଆ

ଚଣ୍ଡୀଗଡ- ପଞ୍ଜାବରେ ନିର୍ବାଚନ ପୂର୍ବରୁ କଂଗ୍ରେସର ଦୁଇ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ଦିନେଶ ମୋଙ୍ଗିଆ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।ଦିନେଶ ୧୯୭୭ ମସିହାରେ ଚଣ୍ଡିଗଡରେ ଜନ୍ମ ହୋଇଥିଲେ । ୧୯୯୫-୯୬ରେ ସେ ପଞ୍ଜାବ ତରଫରୁ ରଣଜୀ ଟ୍ରଫି ଖେଳିଥିଲେ । ବିଜେପିର ଯୋଗଦେବା ଅବସରରେ ମୋଙ୍ଗିଆ ପଞ୍ଜାବ ଏବଂ ଦେଶର ସେବା ପାଇଁ ରାଜନୀତିରେ ଯୋଗ ଦେଇଥିବା କଥା କହିଛନ୍ତି। ବିଜେପି ଦେଶର ବିକାଶ ପାଇଁ କାର୍ଯ୍ୟ କରୁଥିବା ସେ ଏହି ଅବସରରେ କହିଛନ୍ତି ।

ଦିଲ୍ଲୀରେ ବିଜେପିର ପାର୍ଟି ମୁଖ୍ୟାଳୟରେ ଏହି ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ସହ କ୍ରିକେଟିୟର ମୋଙ୍ଗିଆ ବିଜେପରେ ସାମିଲ ହୋଇଛନ୍ତି । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ଉପସ୍ଥିତିରେ ଏମାନେ ବିଜେପିରେ ଯୋଗ ଦେଇଥିଲେ । ପଞ୍ଜାବ ନିର୍ବାଚନ ପୂର୍ବରୁ ଏମାନେ ଦଳରେ ଯୋଗ ଦେଇଥିବାରୁ ଦଳକୁ ଆହୁରି ଶକ୍ତି ମିଳବ ବୋଲି କେନ୍ଦ୍ର ମନ୍ତ୍ରୀ ଶେଖାଓ୍ୱତ କହିଛନ୍ତି । ବିଜେପି ଏବେ ପଞ୍ଜାବରେ ନିଜର କ୍ଷମତା ବିସ୍ତାର କରୁଛି । ଅନ୍ୟ ବିରୋଧି ଦଳ ଏଥିପାଇଁ ବିଚଳିତ ହେଉଥିବା କଥା ସେ ଏହି ଅବସରରେ ସୂଚନା ଦେଇଛନ୍ତି । ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଏବଂ ସୁଖଦେବ ସିଂ ଧିଣ୍ଡସା ବିଜେପି ସହ ମେଣ୍ଟ କରିବେ ବୋଲି ସେ ସୂଚନା ଦେଇଛନ୍ତି ।

- Advertisement -

ବିଜେପ ପକ୍ଷରୁ ଦିଆଯାଇଥିବା ତାଲିକା ଅନୁସାରେ ଏହି ଅବସରରେ ୮ ଜଣ ପ୍ରମୁଖ ବ୍ୟକ୍ତିତ୍ୱ ଦଳରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କଂଗ୍ରେସର ବିଧାୟକ ଫତେହ ସିଂ ବାଜଓ୍ୱା, ବଲବିନ୍ଦର ସିଂ ଲାଡି. ଖ୍ରୀଷ୍ଟିଆନ୍‌ କମ୍ୟୁନିଟିର ନେତା କମଳା ବକ୍ସି , ପଞ୍ଜାବ ହରିୟାନା ହାଇକୋର୍ଟର ଆଇନଜୀବୀ ମଧୁମିତ୍‌ , କର୍ପୋରେଟର ଜଗଦୀପ ସିଂ ଧଲିଓ୍ୱାଲ ଏବଂ ଶିରୋମଣି ଅକାଳୀ ଦଳର ପୂର୍ବତନ ଏମ୍‌ଏଲ୍‌ଏ ଗୁରୁତେଜ୍‌ ସିଂ ଗୁଧିୟାନା . ସଙ୍ଗୁରର ପୂର୍ବତନ ସାସଂଦ ରାଜଦେବ ସିଂ ଖାଲସା ବିଜେପିରେ ଯୋଗ ଦେଇଛନ୍ତି ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories