www.samajalive.in
Sunday, December 14, 2025
14.1 C
Bhubaneswar

ନିର୍ବାଚନ ପ୍ରସଙ୍ଗ, ଆଜି ସ୍ବାସ୍ଥ୍ୟ ସଚିବଙ୍କୁ ଭେଟିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରାରମ୍ଭରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ କରୋନା ଭୂତାଣୁ ସଂକ୍ରମଣ ଏଥିରେ ବଡ ପ୍ରତିବନ୍ଧକ ହେବାକୁ ଯାଉଛି। ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ୫ଟି ରାଜ୍ୟରେ ଫେବୃଆରୀ ଓ ମାର୍ଚ୍ଚ ମଧ୍ୟରେ ବିଧାନସଭା ନିର୍ବାଚନ ହେବ। ଦେଶରେ ନୂଆ ପ୍ରଜାତି ଭୂତାଣୁ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ବିଧାନସଭା ନିର୍ବାଚନ ପରିଚାଳନାରେ ଏହା ବଡ ପ୍ରତିବନ୍ଧକ ସୃଷ୍ଟି କରିବାର ଆଶଙ୍କା ରହିଛି। ଏପରିସ୍ଥିତିରେ ସୋମବାର ଦେଶର ନିର୍ବାଚନ ଆୟୋଗ (ଇସି) କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିବେ। ସେହିପରି ଉତ୍ତରପ୍ରଦେଶ ବିଧାନସଭା ନର୍ବାଚନ ଘୁଞ୍ଚାଇବା ଲାଗି ଆହ୍ଲାବାଦ ହାଇକୋର୍ଟ କରିଥିବା ଅନୁରୋଧ ଆଧାରରେ ଡିସେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଗସ୍ତରେ ଯିବେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ସୁଶୀଲ ଚନ୍ଦ୍ରା। ସିଇସି ଚନ୍ଦ୍ରା ଶନିବାର ଉତ୍ତରାଖଣ୍ଡ ଗସ୍ତରେ ଥିବାବେଳେ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories