www.samajalive.in
Sunday, December 14, 2025
14.1 C
Bhubaneswar

ନାସାରେ କେନ୍ଦ୍ରାପଡ଼ା ଝିଅ ଓଁନାରାୟଣୀଙ୍କ କୀର୍ତ୍ତିମାନ

କଣ୍ଡିଆହାଟ: ଆମେରିକା ଅନ୍ତରୀକ୍ଷ ସଂସ୍ଥାନ ନାସା ମହାକାଶ ଗବେଷଣା କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ଝିଅ ଓଁନାରାୟଣୀ ନାୟକ। ସର୍ବବୃହତ୍‌ ଦୂରବୀକ୍ଷଣ ଯନ୍ତ୍ର ‘ଜେମ୍ସ ୱେବ୍’କୁ ସଫଳତାର ସହିତ ମହାକାଶକୁ ପ୍ରେରଣ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଫେଞ୍ଚ ଗୁଏନାସ୍ଥିତ କୋରଉ ଲଞ୍ଚ ଷ୍ଟେସନରୁ ଏରିୟନ-୫ ଇସିଏ ରକେଟ ମାଧ୍ୟମରେ ଏହାର ଉତ୍‌କ୍ଷେପଣ ହୋଇଛି। ଏହି ଟେଲିସ୍କୋପ ପୂର୍ବରୁ ମହାକାଶରେ କାର୍ଯ୍ୟ କରୁଥିବା ‘ହବଲ’ଠାରୁ ଅନେକ ପରିମାଣର ବଡ଼ ଓ ଅଧିକ ଦକ୍ଷତାର ସହିିତ କାର୍ଯ୍ୟ କରିବ ବୋଲି କୁହାଯାଉଛି। ଏହା ସୂର୍ଯ୍ୟଠାରୁ ଦୂର ଓ ପୃଥିବୀର ଅନ୍ଧକାର ଦିଗରେ ଅବସ୍ଥାନ କରିବା ସହ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଠାବ କରିବ। ଜେମ୍ସ ୱେବ୍ ସ୍ପେସ୍‌ ଟେଲିସ୍କୋପ ମୋଟ ୧୪ଟି ରାଷ୍ଟ୍ରର ୧୦ ହଜାରରୁ ଅଧିକ ବୈଜ୍ଞାନିକଙ୍କ ଦ୍ବାରା ନିର୍ମିତ। ଏଥିରେ ଓଁନାରାୟଣୀ ସାମିଲ ଥିଲେ।

ଓଁନାରାୟଣୀ ହାଟସାହି ଅଞ୍ଚଳର ବିରଞ୍ଚି ନାରାୟଣ ନାୟକଙ୍କର ଏକମାତ୍ର କନ୍ୟା। ସେ ରାଜକନିକା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଅଲେଖ ନାୟକ ଓ ଇନ୍ଦୁମତୀ ନାୟକଙ୍କର ନାତୁଣୀ ଅଟନ୍ତି। ପିଲାଟି ଦିନରୁ ମେଧାବୀ ଛାତ୍ରୀ ଭାବେ ତାଙ୍କର ସୁନାମ ଥିଲା। ତାଙ୍କର ଏହି ସଫଳତାରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସମ୍ପ୍ରତି ସେ ନାସାରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories