www.samajalive.in
Sunday, December 14, 2025
26.1 C
Bhubaneswar

ତପସ୍ବିନୀଙ୍କ ନିବେଦନ: ବଞ୍ଚିଛି, ମୋତେ ଗ୍ରହଣ କରନ୍ତୁ

ବ୍ରହ୍ମପୁର: ଯାହାକୁ ବିଶ୍ବାସ କରିଥିଲି, ଯାହାର ହାତ ଧରି ବାହା ହୋଇଥିଲି ସେ ଆଜି ଦୂରେଇ ଯିବାକୁ ଚାହୁଁଛନ୍ତି। ମୁଁ ଜାଣିଛି ମୋତେ କେତେ କଷ୍ଟ ହେଉଛି। ଭୁଲ ଥିଲେ ମୋତେ କ୍ଷମା କରନ୍ତୁ। ମୁଁ ଆଜି ବଞ୍ଚିଛି ମୋତେ ନେଇଯାଆନ୍ତୁ। ଏ ହେଉଛି ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓରଫ ଡିମ୍ପଲଙ୍କ ମନର କୋହଭରା ବେଦନା। ଏହା ହେଉଛି ସ୍ବାମୀ ଡା. ସୁମିତ ଓ ଶ୍ବଶୁର ପ୍ରମୋଦ ସାହୁଙ୍କ ଉଦ୍ଦେଶ୍ୟରେ ସେ ଜାରି କରିଥିବା ଭିଡିଓ ମାଧ୍ୟମରେ ନିବେଦନ।

ଆଜକୁ ମାସାଧିକ କାଳ ହେବ ଧାରଣା ଦେଇଥିବା ତପସ୍ବିନୀଙ୍କ ଆବେଦନର ଶୁଣାଣି ଆସନ୍ତକାଲି ବ୍ରହ୍ମପୁର ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତରେ ହେବାକୁ ଥିବା ବେଳେ ଡା. ସୁମିତ ଦାଖଲ କରିଥିବା ଛାଡପତ୍ରର ଶୁଣାଣି ମଧ୍ୟ ପରିବାର ଅଦାଲତରେ ଆସନ୍ତାକାଲି ହିଁ ହେବାକୁ ଯାଉଛି। ଏହା ପୂର୍ବରୁ ତପସ୍ବିନୀଙ୍କ ଏହି ଭିଡିଓ ସାମ୍ନାକୁ ଆସିଛି। ଗତକାଲି ବଡ଼ଦିନ ଉପଲକ୍ଷେ ତପସ୍ବିନୀ ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ନିଜ ସ୍ବମୀ ଓ ଶ୍ବଶୁରଙ୍କ ନିକଟରେ ନିଜ ମନର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ସେ ଏହି ଭିଡିଓ ପ୍ରସ୍ତୁତ କରିଥିବା ଗଣମାଧ୍ୟମକୁ କହିଥିଲେ। ଭିଡିଓରେ ସେ ତାଙ୍କୁ ଗ୍ରହଣ କରିନେବାକୁ ଶ୍ବଶୁର ଘର ଲୋକଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ସେହିପରି ସୁମିତ ଓ ମୁଁ ଦୁଇ ଜଣ ଖୁସିରେ ସଂସାର କରିବୁ ​ବୋଲି ଭାବିଥିଲୁ। ହେଲେ ଆଜି ଭାବିଲେ ଦୁଃଖ ଲାଗୁଛି। ମୁଁ ଗୋଟେ ସାଧାରଣ ଝିଅ। ମୁଁ ସୁମିତଙ୍କୁ ଯେତେବେଳେ ଭଲପାଇ ବାହା ହୋଇଥିଲି ତାଙ୍କୁ ବହୁତ ବିଶ୍ବାସ କରିଥିଲି। ଯଦି କାହାକୁ ବିଶ୍ବାସ କରିବାଟା ଭୁଲ ତେବେ ଆଉ କୌଣସି ମଣିଷ କାହାକୁ ବିଶ୍ବାସ କରିବେନି।

- Advertisement -

ଆଜି ସଭିଏଁ ଚାହୁଁଛନ୍ତି, ମୁଁ ଧାରଣାସ୍ଥଳ ତଥା ଏହି ବାରଣ୍ଡାରୁ ଉଠିଯାଏ। ଏମିତିକି କିଛି ଜଣ ମୋତେ ବିରୋଧ କରୁଛନ୍ତି। ହେଲେ ମୁଁ ଚାହୁଁଛି ସୁମିତ ମୋ ପାଖକୁ ଫେରି ଆସନ୍ତୁ। ସୁମିତଙ୍କୁ ଦେବାକୁ ତାଙ୍କ ପାଖ​ରେ କିଛି ନାହିଁ। ସୁମିତ ଯେଉଁ ଡିମ୍ପଲକୁ ଦେଖିଥିଲ ଆଜି ମଧ୍ୟ ସେହି ଡିମ୍ପଲ ତୁମ ପାଖରେ ଛିଡା ହେବାକୁ ଚାହୁଁଛି। ମୁଁ ବଞ୍ଚିଛି ଆଜି ମୋତେ ନେଇଯାଅ, କିଏ ଜାଣେ କାଲି ମୋ ମନକୁ ମରିବା ପାଇଁ ଚିନ୍ତାଧାରା ଆସିଯିବ ବୋଲି ତପସ୍ବିନୀ ଏହି ଭିଡିରେ ଅତ୍ୟନ୍ତ କୋହଭରା କଣ୍ଠରେ କହୁଛନ୍ତି। ଯେଉଁମାନେ ଭାବୁଛନ୍ତି ମୁଁ ଟଙ୍କା ପାଇଁ ଏସବୁ କରୁଛି ତାହା ଭୁଲ, ମୁଁ ମୋ ସ୍ବାମୀଙ୍କୁ ଚାହୁଁଛି। ସେହିପରି ଝିଅ ଭାବି କିଛି ଭୁଲ କରିଥିଲେ କ୍ଷମା କରି ଦିଅନ୍ତୁ ଓ ମୋତେ ଗ୍ରହଣ କରି ନିଅନ୍ତୁ ବୋଲି ଭିଡିଓରେ ନିଜ ଶ୍ବଶୁରଙ୍କୁ ତପସ୍ବିନୀ ନିବେଦନ କରିଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories