www.samajalive.in
Saturday, December 13, 2025
26.1 C
Bhubaneswar

୫ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଶନିବାର ଗୁଳି ବିନିମୟରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ଦକ୍ଷିଣ କାଶ୍ମୀରର ସୋପିଆନ୍‌ଠାରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ସୋପିଆନ୍‌ର ଚୌଗାମ ଅଞ୍ଚଳରେ ସୁରକ୍ଷା କର୍ମୀ ସନ୍ଧାନୀ ଅଭିଯାନ ଚଳାଇଥିବାବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସୁରକ୍ଷା କର୍ମୀ ଏହାର କଡ଼ା ଜବାବ ଦେଇଥିଲେ। ଏଥିରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଅଧିକ ସନ୍ଧାନୀ ଅଭିଯାନ ଜାରି ରହିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ସାଜଦ ଅହମ୍ମଦ ଚ୍‌ ଓ ରାଜା ବସିତ୍‌ ୟାକୁବ୍‌। ସେମାନେ ପୁଲୱାମା ନିକଟ ଆଚାନ୍‌ ଲିଟର ଅଞ୍ଚଳର ବାସିନ୍ଦା ଏବଂ ଲସ୍କର-ଇ-ତଏବା ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି।

ସେହିଭଳି ପୁଲୱାମାଠାରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଅନ୍ୟ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। କୁପୱାଡ଼ା ଓ ଅବନ୍ତିପଡ଼ା ପୁଲିସର ମିଳିତ ଚଢ଼ଉରେ ତ୍ରାଲ ଅଞ୍ଚଳରେ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସେମାନଙ୍କର ପରିଚୟ ମିଳି ନାହିଁ। ଏହି ଗୁଳି ବିନିମୟବେଳେ ଆତଙ୍କବାଦୀମାନେ ଲୁଚିଥିବା ଘରକୁ ସୁରକ୍ଷା କର୍ମୀ ଧ୍ବଂସ କରିଦେଇଛନ୍ତି। ଦୁଇ ଘଟଣାରେ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଶୁକ୍ରବାର ଅନନ୍ତନାଗରେ ସୁରକ୍ଷା ବାହିନୀ ଦ୍ୱାରା ସାହାଜାଦ୍‌ ନାମକ ଆତଙ୍କବାଦୀ ନିପାତ ହୋଇଥିଲା। ସେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ଭାରତୀୟ ଜନତା ପାର୍ଟିର ୩ ନେତାଙ୍କ ହତ୍ୟାକାଣ୍ଡ ଘଟଣାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲା। ଏହାକୁ ମିଶାଇ ୩୬ଘଣ୍ଟା ମଧ୍ୟରେ ହୋଇଥିବା ତିନି ଗୁଳି ବିନିମୟ ଘଟଣାରେ ମୋଟ ୫ ଆତଙ୍କବାଦୀ ନିପାତ ହେଲେଣି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories