www.samajalive.in
Sunday, December 14, 2025
16.1 C
Bhubaneswar

ଓମିକ୍ରନ ପାଇଁ ସଚେତନ କଲେ ଜିଲାପାଳ, ବିବାହ ଓ ଶେଷକୃତ୍ୟ ପାଇଁ ଅନୁମତି

ବଲାଙ୍ଗିର: ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ କୋଭିଡ କଟକଣା ଜାରି କରାଯାଇଥିଲା। ୧ ଡିସେମ୍ବରରୁ ୧ ଜାନୁଆରି ୨୦୨୨ ଯାଏ ଏହା ଲାଗୁ ହେବାର ଥିଲା। କିନ୍ତୁ କରୋନାର ନୂଆ ରୂପ ଓମିକ୍ରନ ଭାରତ ବର୍ଷରେ ବିପଦ ସୃଷ୍ଟି କରିଛି। ଓଡ଼ିଶା ସରକାର ମଧ୍ୟ ଏହାର ସଂକ୍ରମଣ ହ୍ରାସ ନେଇ ଗୁରୁତ୍ୱ ଦେଉଛନ୍ତି ଓ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୧୪ଟି ଦେଶରୁ ଭାରତ ଓ ଓଡ଼ିଶାକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି ବୋଲି ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ପ୍ରକାଶ କରିଛନ୍ତି।
ଜିଲାପାଳ ଶ୍ରୀ ରାଣା କହିଛନ୍ତି ଯେ ବଡଦିନ ପାଳନ ଓ ନୂଆବର୍ଷ ପାଳନରେ ଅନେକ ଲୋକ ସମାଗମ ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ୨୫ ଡିସେମ୍ବର ସହ ୩୧ଡିସେମ୍ବର ରାତିରୁ ୨ ଜାନୁଆରି ୨୨ ଯାଏ କଟକଣା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଖ୍ରୀଷ୍ଟମାସ ଉତ୍ସବରେ ୫୦ଜଣ କୋଭିଡ ନିୟମ ମାନି ପାଳନ କରିବେ, ଏହା ଚର୍ଚ୍ଚ ମଧ୍ୟରେ କରାଯିବ। ନୂଆ ବର୍ଷ ଉତ୍ସବ ପାଇଁ ହୋଟେଲ, ପାର୍କ, କଲ୍ୟାଣ ମଣ୍ଡପ, କ୍ଲବ, ରେଷ୍ଟୁରାଣ୍ଟ ଏ ସବୁକୁ ବନ୍ଦ କରାଯାଇଛି।

 

- Advertisement -

ବିବାହ ଓ ମୃତ୍ୟୁଜନିତ ଶେଷ କୃତ୍ୟ ପାଇଁ କୋଭିଡ କଟକଣା ମାନି ପାଳନ କରାଯିବା ପାଇଁ ଅନୁମତି ଦିଆଯାଇଥିବା ଜିଲାପାଳ ଶ୍ରୀ ରାଣା ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି। ପ୍ରଶାସନ ଓ ପୁଲିସ ପକ୍ଷରୁ ସତର୍କ ଦୃଷ୍ଟି ଦିଆଯିବ। ବଣ ଭୋଜି, ବହୁ ଲୋକ ଏକତ୍ରିତ ହେବା, ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା, ଅର୍କେଷ୍ଟ୍ରା ଆଦି ବାରଣ କରାଯାଇଛି। ଓମିକ୍ରନ ଅନିଶ୍ଚିତତା ମଧ୍ୟରେ ରହିଛି। ତାର ଲକ୍ଷଣ କ’ଣ, କେତେ ପ୍ରଭାବୀ, ଚିକିତ୍ସା ବିଧି ଉପରେ ପୂରା ତଥ୍ୟ ନାହିଁ। ବିଶେଷଜ୍ଞମାନେ ଏହାର ତର୍ଜମା କରୁଛନ୍ତି। ତେଣୁ ସତର୍କତାର ସହ ଆମେ ବଡଦିନ ଓ ନୂଆବର୍ଷ ପାଳନ କରିବା ଓ ସୁରକ୍ଷିତ ରହିବା। ସେହିପରି ଜିଲାପାଳ ଶ୍ରୀ ରାଣା ଅନୁରୋଧ କରିଛନ୍ତି ଯେ ଲୋକମାନେ ଟିକା ନିଅନ୍ତୁ। ପରିବାର ଲୋକଙ୍କୁ ଟିକା ଦିଅନ୍ତୁ। ମୋବାଇଲ୍ ଟିମ୍, ଡାକ୍ତରଖାନାରେ ଟିକା ସୁବିଧା ଉପଲବ୍ଧ ରହିଛି। ଏହାର ସୁବିଧା ପ୍ରତ୍ୟେକ ଲେକେ ନେବା ଦରକାର ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories