www.samajalive.in
Saturday, December 13, 2025
26.1 C
Bhubaneswar

ନୀଳଗିରିରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ନୀଳଗିରି: ବାଲେଶ୍ବର ଜିଲ୍ଲା ଅଧୀନ ନୀଳଗିରି ଡାକଘର ନିକଟରେ ସ୍ଥାନୀୟ ଅଲ ସିଜିନ ସ୍ପୋର୍ଟସ କ୍ଲବ ତରଫରୁ ୧୭ତମ ଶିଶିର ମହାପାତ୍ର ସ୍ମାରକୀ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶୁକ୍ରବାର ରାତିରେ ଅନୁଷ୍ଠିତ ଉଦଘାଟନ ଉତ୍ସଵରେ ମୁଖ୍ଯଅତିଥି ଭାବେ ନୀଳଗିରିର ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳ ଯୋଗ ଦେଇ କ୍ରୀଡା ମଣିଷ ଜୀବନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ଶିଶିର ମହାପାତ୍ରଙ୍କ ଧର୍ମପତ୍ନି ରଞ୍ଜନା ପଟ୍ଟନାୟକ କାର୍ଯ୍ୟକ୍ରମର ପୌରହିତ୍ଯ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଜୟ ଲେଙ୍କା, ବିନୟ ପ୍ରଧାନ, ଉଦୟଜ୍ୟୋତି ମହାନ୍ତି, ଶଶଧର ପ୍ରଧାନ, ରବୀନ୍ଦ୍ର ନାୟକ, ମହେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ କ୍ରୀଡା ସମ୍ବନ୍ଧୀୟ ବକ୍ତବ୍ଯ ରଖିଥିଲେ। ରାଜେନ୍ଦ୍ର ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ସବ୍ୟସାଚୀ ମହାପାତ୍ର ଧନ୍ୟବାଦ ଦେଇଥିଲେ। ସଭା ପରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories