www.samajalive.in
Saturday, December 13, 2025
26.1 C
Bhubaneswar

ସଂସ୍କୃତ ମଧ୍ୟମା ପରୀକ୍ଷାର୍ଥୀଙ୍କୁ ବୋର୍ଡର ପକ୍ଷପାତିତା

ଭୁବନେଶ୍ବର: ଆଗାମୀ ସଂସ୍କୃତ ମଧ୍ୟମା ତୃତୀୟ ବର୍ଷ (ସମେଟିଭ-୧) ପରୀକ୍ଷା ଜାନୁଆରୀ ୫ରେ ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ପରୀକ୍ଷାର୍ଥୀଙ୍କୁ ନୋଡାଲ ସେଣ୍ଟରରେ ପରୀକ୍ଷା ଦେବା ପାଇଁ କୁହାଯାଇଛି। ଏହାଫଳରେ ଗରିବ ସଂସ୍କୃତ ଶିକ୍ଷାର୍ଥୀ ନିଜ ବିଦ୍ୟାଳୟଠାରୁ ୪୦ରୁ ୫୦କି.ମି ଦୂରରେ ପରୀକ୍ଷା ଦେବେ। ଦଶମ ଶ୍ରେଣୀର ପିଲାମାନେ ନିଜ ବିଦ୍ୟାଳୟ ପାଖ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବାବେଳେ ସଂସ୍କୃତ ପରୀକ୍ଷାର୍ଥୀଙ୍କୁ ନୋଡାଲ ସେଣ୍ଟର ପଠାଇ ଅଯଥା ଖର୍ଚ୍ଚାନ୍ତ କରାଯାଉଛି। ଏ ସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯିବା ସହ ଗଣଶିକ୍ଷାମନ୍ତ୍ରୀ ଓ ସଚିବଙ୍କୁ ମଧ୍ୟ ଆବେଦନ କରାଯାଇ ତୁରନ୍ତ ପଦକ୍ଷେପ ନେବାକୁ ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳ ନିବେଦନ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories