www.samajalive.in
Saturday, December 13, 2025
26.1 C
Bhubaneswar

ରାମନାଗୁଡା ପଞ୍ଚାୟତ ସମିତି ବୈଠକରେ ଟାଟାପାଓ୍ବାର ମନମୁଖୀ କାର୍ଯ୍ୟକୁ ନେଇ ଉଦବେଗ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ୧୨ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଉପାଧ୍ୟକ୍ଷ୍ୟ ସୂର୍ଯ୍ୟରାଓ କୁମ୍ଭୀରିକା, ବିଡ଼ିଓ ବେଣୁଧର ଶବର, ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ବୈଠକରେ ପ୍ରଥମେ ସ୍ବାସ୍ଥ୍ୟ ସମ୍ବନ୍ଧରେ ଆଲୋଚନା କରାଯିବା ସହ ଦେଶର ତଥା ରାଜ୍ୟ କୋରନା ମହାମାରୀର ନୂତନ ଷ୍ଟେନ ଓମିକନକୁ ନେଇ ସର୍ତକତା ଅବଲମ୍ବନ କରାଯିବା ସହ ଯେଉଁ ମାନେ ୨ୟ ଡୋଜ ଟୀକା ନେଇ ନଥିବେ ଟୀକା ନେବାପାଇଁ କୁହାଯାଇଥିଲା। ପରେ ବିଦ୍ୟୁତ ଉପରେ ଆଲୋଚନା ପୂର୍ବକ ଟାଟାପାଓ୍ବାରର ମନୋମୁଖୀ କାର୍ଯ୍ୟକୁ ଲୋକପ୍ରତିନିଧିମାନେ ବୈଠକରେ ଉଦବେଗ ପ୍ରକାଶ କରିବା ସହ ଗ୍ରାମାଞ୍ଚଳରେ ରହିଥିବା ଜଳଯୋଗାଣ ପ୍ରକଳ୍ପ ଗୁଡିରେ ମନଇଛା ବିଦ୍ୟୁତ ବିଲ ବକେୟା ଥିବା ଦର୍ଶାଇ ଲାଇନ କାଟ କରିବାକୁ ନେଇ ବୈଠକରେ ଅସନ୍ତୋଷ ଦେଖାଦେଇଥିଲା। ସରକାର ପ୍ରତ୍ୟେକ ଘରକୁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ବ୍ୟବସ୍ଥା କରୁଥିବା ବେଳେ ଟାଟାପାଓ୍ବାର ମନମାନି ଦ୍ବାରା ସାଧାରଣ ଲୋକେ ମୌଳିକ ସମସ୍ୟା ପାଣିପାଇବାରୁ ବଞ୍ଚିତ ହେଉଛନ୍ତି। ପରେ ଶିକ୍ଷାକୁ ନେଇ ଆଲୋଚନା କରାଯିବା ସହ ରାମନାଗୁଡା ବ୍ଲକର ଅଧିକାଂଶ ବିଦ୍ୟାଳୟ ବେସରକାରୀ ଖାତାରେ ରହିଥିବା ବିଇଓ ସୂଜନ ମଲ୍ଲିକ ସୂଚନା ଦେବା ସହ ଏହାକୁ ସରକାରୀ ଖାତାକୁ ଫେରାଇଆଣିବାକୁ ଉଦ୍ୟମ ଆବଶ୍ୟକ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ। ପରେ ସମ୍ମନିତ ଶିଶୁ ବିକାଶ ଯୋଜନା ୦-୬ ବର୍ଷର ଶିଶୁ ଆଧାରକାର୍ଡ଼ କରାଇବା ନିମନ୍ତେ ଆଧାରକାର୍ଡ଼ ପଞ୍ଜିକରଣ କରାଈବାକୁ କହିଥିଲେ।ସେହିପରି ଲୋକେ ଗୋଚର ଜମିକୁ ଲୋକେ କ୍ରୟକରିନେଉଥିବାବେଳେ ଏହାକୁ ପ୍ରଶାସନ ଜାଣି ମଧ୍ୟ ଅଜଣା ରହୁଥିବା ଆଲୋଚନା ହୋଇଥିଲା।

- Advertisement -

ତତତ୍ସହିତ ବିଭିନ୍ନ ଉନ୍ନତି କରଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।ସେହିପରି ଏହା ଶେଷ ବୈଠକରେ ସରପଞ୍ଚ ଓ ସମିତିସଭ୍ୟ ମାନଙ୍କୁ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା।ଏହି ବୈଠକରେ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ଲାଇନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ପିଇଓ ପଭାତ ଶତପଥୀବୈଠକ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories