www.samajalive.in
Saturday, December 6, 2025
17.1 C
Bhubaneswar

ଗ୍ୟାସ୍‍ ପାଇପ୍‍ଲାଇନ୍‍ରେ ବିସ୍ଫୋରଣ, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ

ବୋଷ୍ଟନ୍‍: ବୋଷ୍ଟନ୍‍ ସହର ନିକଟରେ ଏକ ପ୍ରାକୃତିକ ବାଷ୍ପ ଯୋଗାଣ ପାଇପ୍‍ ଲାଇନ୍‍ରେ ପ୍ରାୟ ୭୦ଟି ସ୍ଥାନରେ ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣ ଗୁରୁତର ହୋଇଛନ୍ତି। ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ସ୍ଥାନୀୟ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଉଛି।
ଉକ୍ତ ପାଇପ୍‍ ଲାଇନ୍‍ ତିନିଟି ସହରକୁ ସଂଯୋଗ କରୁଛି। ଅଗ୍ନିଶମ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅତ୍ୟଧିକ ଚାପ ଯୋଗୁଁ ମୁଖ୍ୟ ଗ୍ୟାସ୍‍ ଲାଇନ ଫାଟି ବିସ୍ଫୋରଣ ଘଟିଥିଲା। ନିଅାଁ ଲିଭାଇବା ପାଇଁ ପ୍ରାୟ ୫୦ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ। ସ୍ଥାନୀୟ ଅଞ୍ଚଳର ସମସ୍ତ ଗ୍ୟାସ୍‍ ଯୋଗାଣ ଓ ବିଦ୍ୟୁତ ସରବରାହ ବନ୍ଦ କରି ଦିଆଯାଇଛି।
ଆମେରିକାର ଡିପାର୍ଟମେଣ୍ଟ ଅଫ୍‍ ଟ୍ରାନ୍ସପୋର୍ଟେସନ୍‍ ପାଇପ୍‍ଲାଇନ୍‍ ଆଣ୍ଡ ହାଜାର୍ଡିୟସ୍‍ ମ୍ୟାଟେରିଆଲ୍‍ ସେଫ୍‍ଟି ଆଡ୍‍ମିନିଷ୍ଟ୍ରେସନ୍‍ ପକ୍ଷରୁ ଜରୁରିକାଳୀନ ସହାୟତା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories