BJD Bijuli 480×75 Mob

ପିଲାଙ୍କୁ ପସନ୍ଦ ଆସିବ ଏହି କେକ

BJD Bijuli 480×75 Mob

ଆବଶ୍ୟକ ସାମଗ୍ରୀ
ମଇଦା – ୮ ଚାମଚ
ଚିନି – ଆବଶ୍ୟକ ପରିମାଣରେ
ବେକିଙ୍ଗ ପାଉଡ଼ର -ଅଳ୍ପ
ଭ୍ୟାନିଲା ଏସେନ୍ସ – ଅଳ୍ପ
ଚା’ ମସଲା ଗୁଣ୍ଡ – ଅଳ୍ପ
ଲୁଣ – ସାମାନ୍ୟ
ଅଣ୍ଡା – ୧ଟି
ମାଇକ୍ରୋବେବ ରେ ରହିବା ଭଳି ଛୋଟ ଛୋଟ  କପ୍‍
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ମଇଦା, ଚିନି, ବେକିଙ୍ଗ ପାଉଡ଼ର, ଲୁଣକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରରେ ଅଣ୍ଡା, ଭ୍ୟାନିଲା ଏସେନ୍ସ, ଚା’ ମସଲା ଗୁଣ୍ଡ ମିଶାନ୍ତୁ। ଏହାପରେ ଦୁଇଟି ମିଶ୍ରଣ ଏକାଠି କରି ଭଲ ଭାବେ ମିଶାନ୍ତୁ। ଏହାପରେ ଛୋଟ ଛୋଟ  କପ୍‍ ରେ ଏହି ମିଶ୍ରଣକୁ ପକାଇ ମାଇକ୍ରୋବେବ ରେ ୪ ମିନିଟ ରଖିଦିଅନ୍ତୁ। ୪ ମିନିଟ ପରେ ଏହାକୁ ବାହାରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ନୂତନ ଶୈଳୀରେ ସ୍ୱାଦିଷ୍ଟ କେକ।

Comments are closed.