www.samajalive.in
Saturday, December 13, 2025
21.1 C
Bhubaneswar

ଶୀତରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା : ଫୁଲବାଣୀ ରାଜ୍ୟର ଥଣ୍ଡା ସହର

ଭୁବନେଶ୍ବର : ସାରା ରାଜ୍ୟରେ ଶୀତଲହରୀ ଲାଗି ରହିଛି। ପ୍ରବଳ ଶୀତ ପଡ଼ିବା ଯୋଗୁଁ ଥରୁଛି ଓଡ଼ିଶା। ୫ଦିନ ହେଲା ଶୀତରୁ ଲୋକଙ୍କୁ ନିସ୍ତାର ମିଳୁନାହିଁ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲାଗୁଡିକ ମଧ୍ୟରେ ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରୀ ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲାରେ ରାତି ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୩ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହିବ; ଯଦ୍ଦ୍ବାରା ଆଭ୍ୟନ୍ତରୀଣରେ ଶୀତଲହରୀ ଓ ଉପକୂଳବର୍ତ୍ତୀ ଜିଲାରେ ଶୀତ ପ୍ରକୋପ ଦେଖାଦେବା ସମ୍ଭାବନା ରହିଛି। ଆଜି କନ୍ଧମାଳ ଜିଲାରେ ରାତି ତାପମାତ୍ରା ତଳକୁ ଖସି ଆସିବା ଯୋଗୁଁ ଜିଲାରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀକୁ ଖସି ଆସିଛି। ଆଜି ଫୁଲବାଣୀ ରାଜ୍ୟର ଥଣ୍ଡା ସହରରେ ପରିଣତ ହୋଇଛି। ଦାରିଙ୍ଗବାଡିରେ ୪.୫ ଡିଗ୍ରୀ ପାରଦ ରହିଛି। ଫୁଲବାଣୀ ଓ ଦାରିଙ୍ଗବାଡି ଅଞ୍ଚଳରେ ହାଡଭଙ୍ଗା ଶୀତ ଲାଗି ରହିଛି। ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୧୭ ସ୍ଥାନରେ ୧୦ ଡିଗ୍ରୀ ତଳ ରାତି ତାପମାତ୍ରା ରେକର୍ଡ କରାଯାଇଛି।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ସର୍ବନିମ୍ନ ତାପମାତ୍ରା ଆଗାମୀ ୪୮ ଘଣ୍ଟା ମଧ୍ୟରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଏଥିରେ ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ହେବା ସମ୍ଭାବନା ରହିଛି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡିକରରେ ରାତି ତାପମାତ୍ରା ସ୍ବାଭାବିକ ତାପମାତ୍ରାରୁ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମ ରହିବା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର ଜିଲା ଗୁଡିକରେ ରାତି ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରୀ ଯାଏଁ କମ ରହିପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ଶୀତ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଜନସାଧାରଣଙ୍କୁ ପରାମର୍ଶ ଦେଇଛି। ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲା ରାତି ଓ ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଗୃହ ପାଳିତ ପଶୁଙ୍କୁ ଶୀତରୁ ରକ୍ଷା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଓ ଝାରସୁଗୁଡାରେ ରାତି ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସୋନପୁର ଓ କେନ୍ଦୁଝରରେ ୬.୪ ଡିଗ୍ରୀ, ଟିଟିଲାଗଡରେ ୬.୫ ଡିଗ୍ରୀ, ନୟାଗଡରେ ୯ ଡିଗ୍ରୀ, ବୌଦ୍ଧରେ ୮ ଡିଗ୍ରୀ, କୋରାପୁଟରେ ୭ ଡିଗ୍ରୀ, ବଲାଙ୍ଗୀରରେ ୮.୫ ଡିଗ୍ରୀ, ଭବାନୀପାଟଣାରେ ୬.୮ ଡିଗ୍ରୀ, ତାଳଚେରରେ ୯ ଡିଗ୍ରୀ, ହୀରାକୁଦରେ ୮.୪ ଡିଗ୍ରୀ, ସମ୍ବଲପୁରରେ ୮.୬ ଡିଗ୍ରୀ, ବାରିପଦାରେ ୧୦.୪ ଡିଗ୍ରୀ, ଅନୁଗୋଳରେ ୮ ଡିଗ୍ରୀ, ଚାନ୍ଦବାଲିରେ ୯.୭ ଡିଗ୍ରୀ, ବାଲେଶ୍ବରରେ ୧୧.୧ ଡିଗ୍ରୀ, କଟକରେ ୧୦.୬ ଡିଗ୍ରୀ, ପାରାଦ୍ବୀପରେ ୧୨.୪ ଡିଗ୍ରୀ, ଭୁବନେଶ୍ବରରେ ୧୦.୧ ଡିଗ୍ରୀ, ଗୋପାଳପୁରରେ ୧୧.୮ ଡିଗ୍ରୀ, ପୁରୀରେ ୧୪.୪ ଡିଗ୍ରୀ, ଛତ୍ରପୁରରେ ୧୧ ଡିଗ୍ରୀ ଏବଂ ପାରଳାଖେମୁଣ୍ଡିରେ ୧୩ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଛି। ଉକ୍ତ ଜିଲାଗୁଡିକରେ ଶୀତ ପ୍ରକୋପ ଜାରି ରହିଛି। ଲୋକେ ବାହାରକୁ ବାହାରି ପାରୁନାହାନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories