www.samajalive.in
Thursday, December 11, 2025
13.1 C
Bhubaneswar

ଓମିକ୍ରନ୍‍: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

() ଦେଶରେ ବଢ଼ୁଛି ଓମିକ୍ରନ୍‍ ଆକ୍ରାନ୍ତଙ୍କ ସଂଖ୍ୟା । ଓମିକ୍ରନ୍‍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ । ଦେଶରେ ଟିକାକରଣକୁ ଆହୁରି ଜୋରଦାର କରାଯିବା ନେଇ ବୈଠକରେ ଆଲୋଚନା କରାଯିବ। ଓମିକ୍ରନ୍ ଡେଲ୍ଟା ଭ୍ୟାରିଆଣ୍ଟ ତୁଳନାରେ ୩ ଗୁଣ ଅଧିକ ସଂକ୍ରାମକ ହୋଇଥିବାରୁ ଦେଶବ୍ୟାପି କ୍ଷିପ୍ର ସଂକ୍ରମଣ ହେଲେ ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି କୁହାଯାଉଛି। ଦେଶରେ ଓମିକ୍ରନ୍ ମାମଲା ବଢୁଥିବା ବେଳେ କଠୋର ହୋଇଛି ଦିଲ୍ଲୀ ପ୍ରଶାସନ । ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ଉପରେ କଟକଣା ଲଗାଯାଇଛି । ସୁପରସ୍ପ୍ରେଡର ଅଂଚଳ ଚିହ୍ନଟ କରିବା ସହ ତାଉପରେ କଡା ନଜର ରଖିବାକୁ କୁହାଯାଇଛି। ସେପଟେ ହରିୟାଣା ସରକାର ବି କୋଭି଼ଡ କଟକଣା କଡାକଡି କରିଛନ୍ତି । ଦେଶରେ ଯାଏ ବିଭିନ୍ନ ରାଜ୍ୟରୁ ଚିହ୍ନଟ ହେଲେଣି ୨୩୮ ଓମିକ୍ରନ ଆକ୍ରାନ୍ତ । ଦିଲ୍ଲୀରୁ ମୋଟ୍‍ ୫୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ମହାରାଷ୍ଟ୍ରରେ ୬୫, ତେଲେଙ୍ଗାନାରେ ୨୪, କେରଳରେ ୨୪, କର୍ଣ୍ଣାଟକରେ ୧୯, ରାଜସ୍ଥାନରେ ୧୮ ଏବଂ ଗୁଜରାଟରେ ୧୪ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ୩ ଓମିକ୍ରନ୍ ମାମଲା ରହିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories