www.samajalive.in
Saturday, December 13, 2025
26.1 C
Bhubaneswar

୧୮୬ କନ୍‍ଷ୍ଟେବଳ ପଦରେ ଇଞ୍ଜିନିୟର

କପୁରତାଲା : ପଞ୍ଜାବ ପୁଲିସରେ କନ୍‍ଷ୍ଟେବଳ ପଦରେ ଯୋଗ ଦେଇଛନ୍ତି ୧୮୦ ଜଣ ବି.ଟେକ୍‍ ଓ ୬ ଜଣ ଏମ୍‍.ଟେକ୍‍ ଇଞ୍ଜିନିୟର। ସେମାନଙ୍କୁ ସ୍ୱତନ୍ତ୍ର ଭାବେ ପୁଲିସର ସୂଚନା ଓ ପ୍ରଯୁକ୍ତି (ଆଇଟି) ବିଭାଗ ପାଇଁ ନିଯୁକ୍ତି ଦିଆଯାଇଛି। ସେମାନେ ଦୁଇ ବର୍ଷ ପର୍ଯ୍ୟନ୍ତ ମାସିକ ୧୦ହଜାର ଟଙ୍କା ଲେଖାଏଁ ଦରମା ପାଇବେ ଓ ଏହା ପରେ ପ୍ରତ୍ୟେକଙ୍କ ଦରମା ୪୦ହଜାର ଟଙ୍କା ହେବ। ନ’ମାସର ତାଲିମ ପରେ ଗୁରୁବାର ସେମାନଙ୍କର ପାସିଂ ଆଉଟ୍‍ ପରେଡ୍‍ ଅନୁଷ୍ଠିତ ହୋଇଛି। ସେମାନଙ୍କ ମଧ୍ୟରୁ ୧୬୭ଜଣ ପଞ୍ଜାବ ପୁଲିସର ସୂଚନା ଓ ପ୍ରଯୁକ୍ତି (ଆଇଟି) ବିଭାଗରେ କାର୍ଯ୍ୟ କରିବେ। ମୋଟ ୨୫୭ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ଅବଶିଷ୍ଟ ୯୦ଜଣ ଗୁଇନ୍ଦା ବିଭାଗରେ କାମ କରିବେ। ଏହି ପ୍ରାର୍ଥୀଙ୍କ ମଧ୍ୟରେ ଅନେକ ଏମ୍‍ଏସ୍‍ସି(ଆଇଟି), ଏମ୍‍ସିଏ, ବିସିଏ ପ୍ରମାଣପତ୍ରଧାରୀ ବୋଲି କହିଛନ୍ତି ପୁଲିସ ତାଲିମ କେନ୍ଦ୍ର କମାଣ୍ଡାଣ୍ଟ ରାଜପାଲ ସିଂହ ସାନ୍ଧୁ। ପୂର୍ବରୁ ଅନ୍ୟ ବିଭାଗରୁ ବୈଷୟିକ କର୍ମଚାରୀଙ୍କୁ ପୁଲିସରେ କାମ କରିବା ପାଇଁ ଅଣାଯାଉଥିଲା; କିନ୍ତୁ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସାନ୍ଧୁ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories