www.samajalive.in
Monday, December 8, 2025
27.1 C
Bhubaneswar

ବନ୍ୟାରେ ଛାରଖାର କେରଳର ପୁନଃନିର୍ମାଣ ପାଇଁ ୩ ମନ୍ଦିରର ସୁନା ବ୍ୟବହାର କରାଯାଉ : ବିଜେପି ସାଂସଦ

ନୂଆଦିଲ୍ଲୀ : କେରଳର ୩ଟି ପ୍ରଖ୍ୟାତ ମନ୍ଦିରର ସମ୍ପତ୍ତି ଓ ସୁନାର ବିନିଯୋଗ କରି ବନ୍ୟାରେ ଛାରଖାର ରାଜ୍ୟର ପୁନଃନିର୍ମାଣ କରାଯାଉ ବୋଲି ବିଜେପି ସାଂସଦ ଉଦିତ ରାଜ ପ୍ରସ୍ତାବ ଦେଇଛନ୍ତି। କେରଳ ପଦ୍ମନାଭ, ସାବରିମାଳା, ଗୁରୁଭାୟୁର ମନ୍ଦିରର ସୁନା ଏବଂ ସମ୍ପତ୍ତି ମୂଲ୍ୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ। ଏପରିସ୍ଥଳରେ କେରଳ ବନ୍ୟାରେ ରାଜ୍ୟର ୨୧ ହଜାର କୋଟି ଟଙ୍କାର କ୍ଷତି ଘଟିଛି। ଅର୍ଥାତ ୩ ମନ୍ଦିରର ସମ୍ପତ୍ତି ବନ୍ୟା କ୍ଷୟକ୍ଷତିଠାରୁ ବହୁ ଅଧିକ। ଲୋକେ ରୋଗରେ, ବନ୍ୟାରେ କାନ୍ଦି କାନ୍ଦି ମରୁଥିବାବେଳେ ଏହି ସମ୍ପତ୍ତି କେଉଁ କାର୍ଯ୍ୟରେ ଲାଗିବା ଦରକାର ବୋଲି ଦଳିତ ବିଜେପି ନେତା ଉଦିତ ରାଜ ଟ୍ୱିଟ୍‍ କରିଛନ୍ତି। ଉତ୍ତର-ପଶ୍ଚିମ ଦିଲ୍ଲୀ ସାଂସଦ ଏହି କଥାକୁ ଉପସ୍ଥାପନ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଗତ ମାସରେ କେରଳ ବନ୍ୟାରେ ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା। ବନ୍ୟା ସହାୟତା ପାଇଁ କେନ୍ଦ୍ର ସରକାର ୬୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅନ୍ୟ ରାଜ୍ୟ ସରକାର ମଧ୍ୟ ସହାୟତା ପ୍ରଦାନ କରିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories