www.samajalive.in
Monday, December 8, 2025
27.1 C
Bhubaneswar

ବିଜେପିର ନୂଆ ସ୍ଲୋଗାନ ‘ପଳାତକଙ୍କ ସହ ଲୁଟେରାଙ୍କ ବିକାଶ’ : କଂଗ୍ରେସ

ନୂଆଦିଲ୍ଲୀ : ବ୍ୟାଙ୍କଗୁଡ଼ିକରୁ ୯ ହଜାର କୋଟି ଟଙ୍କା ଋଣ ନେଇ ଫେରାର ହୋଇଯାଇଥିବା ପଳାତକ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦେଶ ଛାଡ଼ିବା ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଭେଟିଥିଲେ ବୋଲି କହିବା ପରେ ଜାତୀୟ ରାଜନୀତିରେ ନୂଆ ମୋଡ଼ ଆସିଛି। ଏହି କ୍ରମରେ କଂଗ୍ରେସ ଶାସକ ବିଜେପିକୁ କଡ଼ା ସମାଲୋଚନା କରିଛି। ଗୁରୁବାର କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯ୍ୟେୱାଲ ଏକ ସାମ୍ବାଦିକ ସମ୍ମିଳନୀ କହିଥିଲେ ଯେ ଯେଉଁମାନେ ଦେଶର ଅର୍ଥ ନେଇ ଫେରାର ହେଉଛନ୍ତି, ସେମାନଙ୍କୁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ସହ ଦେଖିବାକୁ ମିଳୁଛି। ଏବେ ଦେଶରେ ଜବଉଇ ମିଟି ପାର୍ଟ-୨ ଚଳଚ୍ଚିତ୍ର ଚାଲିିଛି। ଦେଶର ଲୁଟେରା ମାନଙ୍କୁ ମୋଦୀ ସରକାର ଫେରାର ହେବାରେ ସହଯୋଗ କରୁଛନ୍ତି। ତେଣୁ ଏବେ ବିଜେପି ସରକାରଙ୍କ ନୂଆ ସ୍ଲୋଗାନ ହେଉଛି ‘ପଳାତକଙ୍କ ସହ ଲୁଟେରାଙ୍କ ବିକାଶ’। ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମାଲ୍ୟାଙ୍କ ସହ ସମ୍ପର୍କ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହାସହ ସେ କହିଛନ୍ତି ଯେ ମାଲ୍ୟାଙ୍କ ବିରୋଧରେ ୨୦୧୫ ଜୁଲାଇ ୨୯ରେ ଏଫଆଇଆର ରୁଜୁ ହୋଇଥିଲା। ଏହାପରେ ୨୦୧୫ ଅକ୍ଟୋବର ୧୬ରେ ମାଲ୍ୟା ବିରୋଧରେ ସିବିଆଇ ଏକ ଲୁକ୍‍ଆଉଟ୍‍ ନୋଟିସ୍‍ ଜାରି କରିଥିଲେ। ତେଣୁ ମାଲ୍ୟାଙ୍କ ଫେରାର ହେବା ପଛରେ କେନ୍ଦ୍ର ସରକାରଙ୍କ ହାତ ରହିଛି। ଏହା ପୂର୍ବରୁ ରାହୁଲ ଗାନ୍ଧି କହିଥିଲେ ଯେ ଜେଟଲି ଏବଂ ମାଲ୍ୟାଙ୍କ ସାକ୍ଷାତାକାରର ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ସାଂସଦ ପିଏଲ ପୁନିଆ। ଏହି ଅନଔପଚାରିକ ସାକ୍ଷାତାକାର ନେଇ ଏପର୍ଯ୍ୟନ୍ତ ଜେଟଲୀ କାହିଁକି ନିରବ ରହିଥିଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବୁଧବାର ଲଣ୍ଡନଠାରେ ମାଲ୍ୟା କହିଥିଲେ ଯେ ଦେଶ ଛାଡ଼ିବା ପୂର୍ବରୁ ସେ ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କରି ବକେୟା ବ୍ୟାଙ୍କ ଋଣର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଏହାକୁ ଜେଟଲୀ ମିଥ୍ୟା ବୋଲି କହିଛନ୍ତି। ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories