www.samajalive.in
Friday, December 12, 2025
14.1 C
Bhubaneswar

୮ ଆତଙ୍କବାଦୀ ନିହତ, ୧୨ ଯବାନ ଆହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଭିନ୍ନଭିନ୍ନ ୩ଟି ସ୍ଥାନରେ ଗୁରୁବାର ଭାରତୀୟ ସୁରକ୍ଷା ବାହିନୀଙ୍କ ସହ ଗୁଳି ବିନିମୟରେ ୮ ଆତଙ୍କବାଦୀ ନିହତ ହୋଇଛନ୍ତି ଓ ୧୨ ଯବାନ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜୈସ୍‍-ଇ-ମହମ୍ମଦ (ଜେଇଏମ୍‍)ର ୩ ଜଣ ଆତଙ୍କବାଦୀ ଥିବା ଜଣାପଡିଛି। ରିଆସି ଜିଲାର କାକ୍ରିଆଲଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସିଆର୍‍ପିଏଫ୍‍, ପୁଲିସ ଏବଂ ମିଳିତ ସୁରକ୍ଷାବାହିନୀ ପକ୍ଷରୁ ସେଠାରେ ଚଢ଼ଉ କରାଯାଇଥିଲା। ଆତଙ୍କବାଦୀଙ୍କ ଗୁଳିମାଡ଼ ପରେ ସୁରକ୍ଷା ବାହିନୀ ପାଲଟା ଆକ୍ରମଣ କରିବାରୁ ସେଠାରେ ଜୋରଦାର ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜେଇଏମ୍‍ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଜେଇଏମ୍‍ର ତିନି ଜଣ ଆତଙ୍କବାଦୀଙ୍କ ସନ୍ଧାନ ନିମନ୍ତେ ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ତଲାସି ଅଭିଯାନରେ ସୁରକ୍ଷାବାହିନୀ କ୍ଷୁଦ୍ର ବିମାନ ଓ ହେଲିକପ୍ଟର ବ୍ୟବହାର କରିଥିଲା। ଆତଙ୍କବାଦୀଙ୍କ ମୁକାବିଲାବେଳେ ଡିଏସ୍‍ପି ମୋହନ ଲାଲଙ୍କ ସମେତ ୮ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଫେରାର ଆତଙ୍କବାଦୀକୁ ଧରିବା ପାଇଁ ଅନୁସନ୍ଧାନ ଜାରି ରହିଛି।
ଅନ୍ୟ ଏକ ଘଟଣାରେ ବାରମୂଳା ଜିଲା ଅନ୍ତର୍ଗତ ସୋପୁରଠାରେ ଗୁରୁବାର ପୂର୍ବାହ୍ଣରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଜୋରଦାର ଗୁଳିବିନିମୟ ଘଟି ୩ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏଠାକାର ଆରାମପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଆତ୍ମଗୋପନ କରିଥିବା ଖବର ପାଇବା ପରେ ଉକ୍ତ ସ୍ଥାନକୁ ରାଷ୍ଟ୍ରୀୟ ରାଇଫଲ୍ସ, ସ୍ୱତନ୍ତ୍ର ପୁଲିସ ଦଳ ଏବଂ ସିଆର୍‍ପିଏଫ୍‍ର ମିଳିତ ଦଳ ଘେରାଉ କରିନେଇଥିଲେ। ବେଶ୍‍ କିଛି ସମୟ ଗୁଳିବିନିମୟ ପରେ ୨ ଆତଙ୍କବାଦୀ ପ୍ରାଣ ହରାଥିଲେ। ଏହି ଘଟଣାପରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ସ୍ଥାନରେ ଇଣ୍ଟରନେଟ ସେବା ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ଝାଜର କୋଟଲି ଥାନା ଚେକପୋଷ୍ଟ ନିକଟସ୍ଥ ଜାତୀୟ ରାଜପଥଠାରେ ବୁଧବାର ପୂର୍ବାହ୍ଣରେ କିଛି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସିଆର୍‍ପିଏଫ୍‍ ଯବାନ ଏବଂ ଜଣେ ଜଙ୍ଗଲରକ୍ଷୀ ଆହତ ହୋଇଛନ୍ତି।
ଏହାପରେ କୁପୱାଡ଼ାର କେରନ ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷା ବାହିନୀଙ୍କ ସହ ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷା ବାହିନୀ ତଲାସୀ ଅଭିଯାନ ଚଲାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories