www.samajalive.in
Sunday, December 14, 2025
23.1 C
Bhubaneswar

ଆନ୍ତଃମହାବିଦ୍ୟାଳୟ ଖୋ-ଖୋ ପ୍ରତିଯୋଗିତା ଉଦ୍‍ଯାପିତ, ଗୋପବନ୍ଧୁ ବିଜ୍ଞାନ କଲେଜ ଚମ୍ପିଆନ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ୨ଦିନିଆ ଆନ୍ତଃମହାବିଦ୍ୟାଳୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ମଙ୍ଗଳବାର ଉଦ୍‍ଯାପିତ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ୯ଟି ମହାବିଦ୍ୟାଳୟର ଖୋ-ଖୋ ଦଳ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନ୍ତିମ ଦିବସରେ ପୁରୀ ଜିଲ୍ଲା କଣାସସ୍ଥିତ ଦୟାବିହାର ମହାବିଦ୍ୟାଳୟ ଏବଂ ଆଠଗଡର ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିବାବେଳେ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଦଳ ପ୍ରତିପକ୍ଷ ଦୟାବିହାର ମହାବିଦ୍ୟାଳୟକୁ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା।

 

- Advertisement -

କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ ମୁଖ୍ୟଅତିଥି ରୂପେ ଯୋଗଦେଇ ଶାରୀରିକ ଓ ମାନସିକ ବିକାଶ ପାଇଁ ପୀଡା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ଆଠଗଡ ଖୋ-ଖୋ ଆସୋସିଏସନର ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ ଓ ଗୋପବନ୍ଧୁ ବିଜ୍ଞାନ କଲେଜ କ୍ରୀଡା ସଂସଦ ଉପସଭାପତି ପ୍ରତାପ କେଶରୀ ଖାଟୋଇ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ ଚମ୍ପିଆନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରୀଡା ସଂଯୋଜକ ତଥା ଏହି କଲେଜର ବିଜ୍ଞାନଗାର ସହାୟକ (ଡେମୋନଷ୍ଟ୍ରେଟର) ସଚ୍ଚିଦାନନ୍ଦ ଜେନା ପ୍ରତିଯୋଗିତା ସଂଯୋଜନା କରିଥିବାବେଳେ କଲେଜର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଏବଂ ଆଠଗଡ ଖୋ-ଖୋ ଆସୋସିଏସନର ସଦସ୍ୟ ଏହି ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories