ବେଗୁନିଆ: ବେଗୁନିଆ ଥାନା ନିକଟରେ ଥିବା ଏକ ଚା ପାନ ଦୋକାନ କ୍ୟାବିନ କାଟି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ବେଗୁନିଆ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୁବନେଶ୍ୱର ବାସୁଳିସାହିର ଅଜୟ ବେହେରା, କିରଣ ବେହେରା ଏବଂ ଅଜୁ ବେହେରା କଟର ଠାରୁ ଆରମ୍ଭ କରି ବିଭିନ୍ନ ଯନ୍ତ୍ରପାତି ଧରି ଗତକାଲି ରାତିରେ ସମ୍ପୃକ୍ତ କ୍ୟାବିନରୁ ଚୋରି କରିବା ପାଇଁ ତାଲା କାଟୁଥିବା ବେଳେ ଥାନା ଏସ ଆଇ ଶ୍ରୀକାନ୍ତ ପଣ୍ଡା ଏବଂ ଏ ଏସ ଆଇ ଗଜେନ୍ଦ୍ର ଜେନାଙ୍କ ହାବୁଡ଼ରେ ପଡ଼ିଥିଲେ। ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରି ତଦନ୍ତ କରିବା ପରେ ବେଗୁନିଆ ଥାନାରେ ଏକ ମାମଲା ରୁଜୁ କରି ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି।
Popular Categories



