www.samajalive.in
Sunday, December 14, 2025
19.1 C
Bhubaneswar

ଆତ୍ମହତ୍ୟା ପୂର୍ବରୁ ଯୌନ ନିର୍ଯାତିତାଙ୍କ ​ଶେଷ ଚିଠି : ‘ଝିଅଙ୍କ ପାଇଁ କେବଳ ମାତୃଗର୍ଭ ଓ ଶ୍ମଶାନ ହିଁ ସୁରକ୍ଷିତ’

ଚେନ୍ନଇ : ଉପରିସ୍ଥ ଶ୍ରେଣୀର ଜଣେ ଛାତ୍ରଙ୍କ ଯୌନ ନିର୍ଯାତନା କାରଣରୁ ଚେନ୍ନଇର ନାବାଳିକା ଏକାଦଶ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିବା ପରେ ତାଙ୍କ ଲିଖିତ ଚିଠି (ସୁଇସାଇଡ୍‌ ନୋଟ୍‌)କୁ ନେଇ କେବଳ ସମବେଦନା ନୁହେଁ; ବରଂ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚିଠିରେ ସେ ଅତି ଆବେଗିକ ଭାବେ ଲେଖିଛନ୍ତି, ‘ଝିଅଙ୍କ ପାଇଁ କେବଳ ମାତୃଗର୍ଭ ଓ ଶ୍ମଶାନ ହିଁ ସୁରକ୍ଷିତ ସ୍ଥାନ। ଝିଅଙ୍କ ପ୍ରତି ଶିକ୍ଷକ, ବନ୍ଧୁଙ୍କଠାରୁ ଆରମ୍ଭ କରି ସବୁ କ୍ଷେତ୍ରରୁ ଯୌନ ଉତ୍ପୀଡ଼ନ ବୃଦ୍ଧି ପାଉଛି। ବିଦ୍ୟାଳୟ କିମ୍ବା ଶିକ୍ଷକ ମଧ୍ୟ ଛାତ୍ରୀଙ୍କ ପାଇଁ ସୁରକ୍ଷିତ ନୁହନ୍ତି। କାହାକୁ ଆଜିକାଲି ବିଶ୍ବାସ କରାଯାଇ ନ ପାରେ। ତାଙ୍କ ପ୍ରତି ଘଟିଥିବା ଆଚରଣ ଯୋଗୁଁ ମୁଁ ଏପରି ମାନସିକ ନିର୍ଯାତନା ଭୋଗୁଥିଲି ଯେ ଶୋଇପାରୁ ନ ଥିଲି। ସ୍ବପ୍ନରେ ସୁଦ୍ଧା ଯୌନ ନିର୍ଯାତନାର ଦୃଶ୍ୟ ନାଚି ଉଠୁଥିଲା। ଯୌନ ନିର୍ଯାତନା ଓ ଶୋଷଣ ବନ୍ଦ କରିବାକୁ ହେଲେ ପ୍ରତ୍ୟେକ ବାପା-ମାଆ ସଚେତନ ହେବା ଆବଶ୍ୟକ। ସେମାନେ ଏଥିପ୍ରତି ଧ୍ୟାନ ଦେବା ସହ ଝିଅଙ୍କ ପ୍ରତି କିପରି ଆଚରଣ ଦେଖାଇବାକୁ ହୁଏ ତାହା ନିଜ ପୁଅମାନଙ୍କୁ ଶିଖାଇବା ଦରକାର। ମୋତେ ନ୍ୟାୟ ମିଳୁ।’
ଚେନ୍ନଇର ଏହି ଛାତ୍ରୀଙ୍କ ମୃତଦେହ ଶନିବାର ନିଜ ଘରୁ ଉଦ୍ଧାର ହୋଇଥିଲା। ମା’ ମାତ୍ର ଘଣ୍ଟାକ ପାଇଁ ତାଙ୍କୁ ଘରେ ଛାଡ଼ି ବଜାରକୁ ଯାଇଥିଲେ। ଫେରିବାବେଳକୁ ଝିଅର ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଏହି ଘଟଣାରେ ଝିଅର ଜଣେ ୨୧ବର୍ଷୀୟ ବନ୍ଧୁଙ୍କୁ ପୁଲିସ ଗିରଫ କରି ପଚରାଉଚରା ଚଳାଇଛି। ପୁଲିସ ସୂଚନାନୁଯାୟୀ, ଉଭୟ ସମାନ ବିଦ୍ୟାଳୟରେ ପଢ଼ୁଥିଲେ। ଝିଅ ଅଷ୍ଟମରେ ପଢ଼ୁଥିବାବେଳେ ଅଭିଯୁକ୍ତ ଦ୍ବାଦଶ ଶ୍ରେଣୀର ଛାତ୍ର ଥିଲା। ପରେ ଅଭିଯୁକ୍ତ ଅନ୍ୟତ୍ର ନାମ ଲେଖାଇଥିଲା। ପରବର୍ତ୍ତୀ ସମୟରେ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ସେମାନଙ୍କ ମଧ୍ୟରେ ପ୍ରାୟ ୮ ମାସ ହେଲା ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା; ତେବେ ଗତ ଦୁଇ ସପ୍ତାହ ପୂର୍ବରୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଫୋନ୍‌ରେ ଅଶ୍ଳୀଳ ବାର୍ତ୍ତା ଓ ଚିତ୍ର ପଠାଉଥିଲା ବୋଲି ଅଭିଯୁକ୍ତ ସ୍ବୀକାର କରିଛି।
ତାମିଲନାଡୁରେ ଗତ କିଛି ସପ୍ତାହ ମଧ୍ୟରେ ଏଭଳି ୪ଟି ଆତ୍ମହତ୍ୟା ଘଟଣା ପୁଲିସ ନଜରକୁ ଆସିଛି। ସେଥିମଧ୍ୟରୁ ଦୁଇ ଜଣ ଛାତ୍ରୀ ନିଜ ଶିକ୍ଷକଙ୍କ ଶୋଷଣ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣାରେ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ କ୍ଷୋଭ ପ୍ରକାଶ କରିଛନ୍ତି। ଏପରି ଘଟଣା ତାଙ୍କୁ ବ୍ୟଥିତ କରିଥିବା ସେ ଏକ ଭିଡିଓ ବାର୍ତ୍ତାରେ କହିବା ସହ ଏଭଳି ପଦକ୍ଷେପ ନ ନେଇ ପରିସ୍ଥିତିର ମୁକାବିଲା କରିବାକୁ ନିବେଦନ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories