www.samajalive.in
Sunday, December 14, 2025
15.1 C
Bhubaneswar

ସର୍ବଧର୍ମ ସମନ୍ୱୟର ବାର୍ତ୍ତା ବହନ କରୁଛି ଗୁଣୁପୁରର ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ପୀଠ

ଗୁଣୁପୁର :  ରାୟଗଡା ଜିଲ୍ଲା ଗୁଣୁପୁର କରାବାଙ୍କ ଠାରେ ରହିଛି ସମଗ୍ର ଦକ୍ଷିଣ ଓଡ଼ିଶାର ଏକମାତ୍ର ପ୍ରସିଦ୍ଧ ଶୈବ କ୍ଷେତ୍ର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ପୀଠ । ୩୨ ବର୍ଷର ଏହି ମହାନ ଶୈବପୀଠ ସର୍ବ ଧର୍ମ ସମନ୍ୱୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ପୀଠଟି ଶଙ୍କର ସମ୍ପ୍ରଦାୟର ସାଧୁ ସ୍ୱାମୀ ଶ୍ରୀ ବିଦ୍ୟାସାଗର ସରସ୍ବତୀ ମହାରାଜଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ ପ୍ରତିଷ୍ଠିତ ହୋଇଥିବା ଶିବଲିଙ୍ଗ ସ୍ୱୟଂଭୁ ଅଟନ୍ତି । ଅର୍ଥାତ ଏହା ନିଜେ ନିଜେ ସୃଷ୍ଟି ହୋଇଥିବା ଓ ଏହାକୁ ବାଣା ଲିଙ୍ଗ କୁହାଯାଏ ବୋଲି ପୀଠର ପିଠାଧିଶ କହନ୍ତି । ଏହି ଶିବ ଲିଙ୍ଗ ଗୁଡିକ ନର୍ମଦା ନଦୀ ଗହ୍ୱରରୁ ସଂଗୃହିତ କରାଯାଇଛି । ଶିବ ପୁରାଣ ଅନୁଯାୟୀ ଭଗବାନ ଶିବଙ୍କ ମାନସୀ ପୁତ୍ରୀ ହେଉଛନ୍ତି ନର୍ମଦା । ଆଉ ଏହି ନଦୀ ଭିତରେ ଥିବା ଗୁମ୍ଫା ମଧ୍ୟରୁ ଏହି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସନ୍ଧାନ କରାଯାଇ ଏଠାକୁ ଅଣାଯାଇଥିଲା । ୧୯୮୮ ମସିହାରେ ପ୍ରତିଷ୍ଠିତ ଏହି ମନ୍ଦିର ପରିସରରେ ରହିଛି ପୂଜା ଭଣ୍ଡାର,ଯଜ୍ଞଶାଳା, ନନ୍ଦିନୀ ଗୋ ଶାଳା । ମନ୍ଦିର ଦର୍ଶନ କରିବାକୁ ଆସୁଥିବା ଭକ୍ତ ମାନେ ପୂଜା ଭଣ୍ଡାରରୁ ସୁଲଭ ମୂଲ୍ୟରେ ପୂଜା ସାମଗ୍ରୀ କିଣିନେବା ବ୍ୟବସ୍ଥା କରାଯାଇଛି ।  ପ୍ରତ୍ୟେକ ସଂକ୍ରାନ୍ତି, ପୂର୍ଣ୍ଣିମା, ଅମାବାସ୍ୟା ତିଥିରେ ଯଜ୍ଞ ମଣ୍ଡପରେ ଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏତଦବ୍ୟତୀତ ବିଭିନ୍ନ ପ୍ରକାର ଉତ୍ସବ ପର୍ବପର୍ବାଣୀରେ ସ୍ୱତନ୍ତ୍ର ଯଜ୍ଞ ମଧ୍ୟ କରାଯାଏ । ଗୋ ସେବା ଉଦ୍ଧେଶ୍ୟରେ ମନ୍ଦିର ପରିସରରେ ନନ୍ଦିନୀ ଗୋ ଶାଳା ରହିଛି ।
ଅଲୌକିକତା :
ତେବେ ଏଠାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା କରାଯିବା ବେଳେ ଅନେକ ଅଲୌକିକ ଘଟଣା ଘଟିଥିବା କହିଛନ୍ତି ସ୍ୱାମୀଜୀ ବିଦ୍ୟା ସାଗର ମହାରାଜ। ଯେତେବେଳେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଏଠାକୁ ଅଣାଯାଇଥିଲା ଆନ୍ଧ୍ରପ୍ରଦେଶର ମଧୁରୱାର୍ଡାର ଜଣେ ଭକ୍ତ ୧୨ଗୋଟି ଲିଙ୍ଗରୁ ଗୋଟିଏ ଲିଙ୍ଗ ନିଜ ଅଞ୍ଚଳରେ ପ୍ରତିଷ୍ଠିତ କରାଇବା ପାଇଁ ନେଇ ଯାଇଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ବ୍ୟକ୍ତି ଜଣକୁ ରାତିରେ ସ୍ଵପ୍ନାଦେଶ ହୋଇଥିଲା ଯେ, ମୋ ସହ ଆଉ ୧୧ଜଣ ଅଛନ୍ତି ମୋତେ ଜଣକୁ ଏଠାକୁ କାହିଁକି ଆଣିଛ ? ଯଦି ଆଣିଛ ଆଉ ୧୧ଜଣକୁ ଆଣ ନଚେତ ମୋତେ ନେଇ ଆଣିଥିବା ସ୍ଥାନରେ ରଖିଦିଅ । ସଙ୍ଗେ ସଙ୍ଗେ ଉକ୍ତ ଭକ୍ତ ଜଣକ ନେଇଥିବା ଶିବ ଲିଙ୍ଗକୁ ଆଣି ସ୍ଵାମୀଜୀଙ୍କୁ ଫେରସ୍ତ କରି ସ୍ଵପ୍ନା ଦେଶ ପାଇଥିବା ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପରେ ସ୍ଵାମୀଜୀ ସ୍ଥାନୀୟ ଜନସାଧାରଣ ଓ ପଣ୍ଡିତ ବ୍ରାହ୍ମଣଙ୍କ ଦ୍ଵାରା ମନ୍ଦିର ପ୍ରତିଷ୍ଠା ଆରମ୍ଭ କରିଥିଲେ। ଯେହେତୁ ଏଠାକୁ ଅଣାଯାଇଥିବା ଲିଙ୍ଗ ଗୁଡିକ ସ୍ୱୟଂଭୁ ତେଣୁ କେବଳ ଗୋଟିଏ ଲିଙ୍ଗକୁ ହିଁ ପ୍ରତିଷ୍ଠା କରିବା ପାଇଁ ବ୍ରାହ୍ମଣ ଓ ବିଜ୍ଞ ବ୍ୟକ୍ତି ମାନେ ମତ ଦେଇଥିଲେ । ମତାନୁସାରେ ଗୋଟିଏ ଲିଙ୍ଗ କୁ ହିଁ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା ।  ପ୍ରତିଷ୍ଠା ଦିନ ରାତିରେ ବ୍ରାହ୍ମଣ ମାନେ ଶୋଇଥିବା ବେଳେ ହଠାତ ସଂକୀର୍ତ୍ତନର କୋଳାହଳ ଧ୍ଵନି ଶୁଣାଯିବାରୁ ଉଠି ପଡ଼ିଥିଲେ । ଉଠି ଦେଖିବା ବେଳକୁ କେହି କୁଆଡେ ନ ଥିବା ବେଳେ ମନ୍ଦିର ରେ ଅନ୍ୟ ୧୧ ଗୋଟି ଶିବ ଲିଙ୍ଗ ଆପେ ଆପେ ପ୍ରତିଷ୍ଠିତ ହୋଇ ସେଥିରୁ ଜଳ ଧାରା ଗଡି ଆସୁଥିବା ଦେଖିବାକୁ ପାଇଥିଲେ । ସେହି ସମୟରେ ଆକାଶରେ ଶଙ୍ଖ ଚିଲ ଉଡୁଥିବା ସହ ନାଗ ନାଗୁଣି ଖେଳୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ବୋଲି ସ୍ଵାମୀଜୀ କହନ୍ତି ।
ପର୍ବ ପର୍ବାଣୀ : 
ଏହି ପୀଠରେ ମହା ଶିବରାତ୍ରୀ, ଶୀତଳ ଷଷ୍ଠୀ, କାର୍ତ୍ତିକ ପୂର୍ଣ୍ଣିମା ମହା ଆଡମ୍ବରରେ ପାଳନ କରାଯାଏ । ପ୍ରତ୍ୟେକ ସୋମବାର ଦିନ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ସହ ରୁଦ୍ରଭିଷେକ କରାଯାଏ ।
ଭକ୍ତଙ୍କ ଭାବାବେଗ : 
ସ୍ୱୟଂଭୁ ଶଙ୍କର ଏଠାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଭାବେ ବିଦ୍ୟମାନ ହେତୁରୁ ଭାରି ପ୍ରତ୍ୟକ୍ଷ ବୋଲି ବିଶ୍ୱାସ ରହିଛି । ଯିଏ ଯାହା ମାନସିକ କରେ ତାକୁ ମହାଦେବ କେବେ ଖାଲି ହାତରେ ଫେରାଇ ନାହାନ୍ତି ବୋଲି ଭକ୍ତ ମାନେ କୁହନ୍ତି । ବିଶେଷ କରି ସନ୍ତାନ ପ୍ରାପ୍ତି, ବିବାହ ସମସ୍ୟା ଭଳି ଯେ କୌଣସି ମନବାଞ୍ଛା ନେଇ ଭକ୍ତିର ସହ ଗୁହାରୀ ଜଣେଇଲେ ସଦାଶିବ ତାହା ପୂରଣ କରନ୍ତି । ଏଇଥିପାଇଁ ତ ବହୁ ଦୂର ଦୁରାନ୍ତରୁ ଅନେକ ଭକ୍ତ ଏଠାକୁ ଧାଇଁ ଆସନ୍ତି । ସମଗ୍ର ଭାରତ ବୁଲି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ କରି ପାରୁନଥିବା ଭକ୍ତ ମାନେ ଏଠାରେ ଗୋଟିଏ ସ୍ଥାନରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଙ୍କୁ ଦର୍ଶନ କରି ନିଜ ଜୀବନକୁ କୃତାର୍ଥ ମଣୁଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories