www.samajalive.in
Sunday, December 14, 2025
16.1 C
Bhubaneswar

ସୈରାସଂପ୍ରଦାୟର କାନ୍ଦୁଲ ନୂଆପର୍ବ ପାଳିତ, ପୂଜା ପାଇଲେ ଟାଙ୍ଗୀ ଦେବତା

ରାମନାଗୁଡା: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରୀଗ୍ରାମରେ ସୈରାସଂପ୍ରଦାୟର କାନ୍ଦୁଲ ନୂଆପର୍ବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ଟାଙ୍ଗୀ ଦେବତାଙ୍କ ପୂଜା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗଦେଇ ଲୋକମାନଙ୍କ ସହିତ ବାଦ୍ୟ ବଜାଇ ଲୋକଙ୍କ ସହ ନାଚିଥିଲେ। ଏଥିରେ ରାଜନୈତିକ ନେତୃବର୍ଗଙ୍କ ସହ ସୈରାକୂଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ ସୈରାମାନେ କାନ୍ଦୁଲ ନୂଆପର୍ବକୁ ମହା ଆଡ଼ମ୍ବରରେ ପାଳନ କରିବା ସହ କାନ୍ଦୁଲ ନୂଆ, ମେରିଆ ପର୍ବ, ଟାଙ୍ଗୀ ପୂଜା ଆଦି ପାରମ୍ପରିକ ରୀତିନୀତିରେ କରିଥାନ୍ତି। ଏହି ସମୟରେ ଗାଁ ର ଲୋକମାନେ ଯେଉଁଠି ଥିଲେ ମଧ୍ୟ ଏକତ୍ରିତ ହୋଇ ନାଚଗୀତ ମସଗୁଲ ହୋଇଥାନ୍ତି। ମା’ଙ୍କୁ ଆଣି ପୂଜାକରି ନୂଆ ଖାଇଥାନ୍ତି। କ୍ଷେତରୁ ନୂଆ ଅମଳ କାନ୍ଦୁଲ ମା’ଙ୍କ ନିକଟରେ ପୂଜା କରି ଘରେ ଆଣି ଖାଇଥାନ୍ତି । ସୈରା ସଂପ୍ରଦାୟର ଏହି ଧାରା ଯୁଗ ଯୁଗରୁ ଚାଲିଆସିଛି।
ଉତ୍ସବରେ ବରିଷ୍ଠ ନାଗରିକ ଗୋଲକନାଥ ବେହେରା, ଯୁବ ସଂଗଠକ ସଞ୍ଜୀବ ଗାଣ୍ଟା, ବେଣୁଧର ଗମାଙ୍ଗ, ସିତାରାମ ଶବର, ପୂର୍ବତନ ସରପଞ୍ଚ ରମେଶ ଶବର, ବିଚିତ୍ରାନନ୍ଦ ନାୟକ ପ୍ରମୁଖ ଯୋଗଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories