www.samajalive.in
Sunday, December 7, 2025
13.1 C
Bhubaneswar

ଚାଷୀ ଉତ୍ତେଜନା ଯୋଗୁଁ ମଣ୍ଡିରେ ଧାନ କିଣା ନୋହିଲେ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଆର .ଏମ. ସି ୟାର୍ଡ ଠାରେ ଆଜି ସୋମବାର ଦିନ ମାଝୀଗୁଡା ସର୍କଲର ଧାନ କିଣା ଯିବାକୁ ଥିବା ବେଳେ ଚାଷୀଙ୍କ ଉତ୍ତେଜନା ଯୋଗୁଁ ମଣ୍ଡିରେ ଧାନ କିଣା ହୋଇପାରିନି । ନିୟନ୍ତ୍ରିତ ବଜାର କମିଟି(ଆର .ଏମ. ସି )ରାୟଗଡ ଦ୍ୱାରା ୨୦୨୧-୨୨ ଖରିଫ ଋତୁର ଧାନ ଆଜି ମାଝୀଗୁଡା, ପୂଜାରୀଗୁଡା,ସୁନାଖଣ୍ଡି, ପଲମା, କନ୍ଧକାତିପାଡୁ ପଞ୍ଚାୟତର ଚାଷୀ ଧାନ ମଣ୍ଡିକୁ ଆଣି ବିକ୍ରି କରିବା ରହିଥିଲା ।କିନ୍ତୁ ବ୍ଲକ ର  କିଛି ଚାଷୀଙ୍କ ନାମ ରେଜିଷ୍ଟ୍ରେସନ, ଟୋକେନ୍, ମୋବାଇଲକୁ ମେସେଜ ଆସିନଥିବା ଯୋଗୁଁ ଉତ୍ତେଜନା ହୋଇଥିଲା ।ନିୟନ୍ତ୍ରିତ ବଜାର କମିଟି(ଆର .ଏମ.ସି)ର ସୁପ୍ରଭାଇଜର ବସନ୍ତ କୁମାର ପାଳ, ମିନି ବ୍ୟାଙ୍କ ପରିଚାଳକ ସିହେଚ କୋଟେଶ୍ୱର ରାଓ ଙ୍କୁ ଚାଷୀ ମାନେ ଘେରି ବ୍ଲକର ସମସ୍ତ ଚାଷୀଙ୍କ ନାମ ରେଜିଷ୍ଟ୍ରେସନ କରାଯାଉ, ସମସ୍ତଙ୍କ ର ଯେତିକି ପରିମାଣର ଧାନ ରହିଛି ସେହି ହିସାବରେ ଟୋକେନ୍ ବ୍ୟବସ୍ଥା ,ମେସେଜ ବ୍ୟବସ୍ଥା,କରାଗଲେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିକୁ ବୋଲି କହିଛନ୍ତି ।ଜିଲାପାଳ, ବିଡ଼ିଓ, ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିବୁ ବୋଲି କହିଛନ୍ତି  ।ଚାଷୀ ଥିଲେ ଦେଶ ବଞ୍ଚିବ ,ଉକ୍ତ ବ୍ଲକ ରେ ୭୦ଭାଗ ଧାନ ଚାଷୀ ରହିଛନ୍ତି । ପ୍ରଶାସନ,ନିୟନ୍ତ୍ରିତ ବଜାର କମିଟି,ଲ୍ୟାମ୍ପସ ମଧ୍ୟରେ ସମନ୍ୱୟ ରହୁ ନ ଥିବାରୁ ଏହିପରି ହେଉଛି । ଏହା ତୁରନ୍ତ ସମାଧାନ କରା ନ ଗଲେ ଚାଷୀ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ।ଧାନ ଗୁଡିକ ମଣ୍ଡିକୁ ଆଣି ନିଆଁ ଲଗାଇଦେବୁ ନଚେତ ନଦୀରେ ପକାଇଦେବୁ ବୋଲି ଚାଷୀ ବାସୁଦେବ ନାୟକ, କେଦାର ନାଥ ମିଶ୍ର, ଚନ୍ଦ୍ରଶେଖର, ଜାଡ଼ି ଦାମୋଦର, ଭବୁନି ମାର୍ଥା,ରମେଶ ଚନ୍ଦ୍ର ନାୟକ ପ୍ରମୁଖ କହିଛନ୍ତି । ଦିନକୁ ଦିନ ଚାଷୀଙ୍କ ସମସ୍ୟା ବଢିବାରେ ଲାଗିଛି ।ପ୍ରାୟ ଚାଷୀଙ୍କୁ ଟୋକେନ୍, ଧାନ ବିକ୍ରି ପାଇଁ ମେସେଜ ଆସୁନଥିବା ଯୋଗୁଁ ଚାଷୀଙ୍କ ହଜାର ହଜାର  କୁଇଣ୍ଟାଲ ଧାନ ଖୋଲାରେ  ଶୀତ କାକରରେ ପଡିରହିଛି  ।ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବାରୁ ଲାଗିଥିବା ଉତ୍ତେଜନା କମିଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories