www.samajalive.in
Friday, December 12, 2025
16.1 C
Bhubaneswar

ବୌଦ୍ଧରେ ବ୍ରାହ୍ମଣ ସମାଜର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ମୁଖପତ୍ର ବ୍ରହ୍ମ ନିନାଦ ଉନ୍ମୋଚିତ

ବୌଦ୍ଧ: ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଓଡିଶା ବ୍ରାହ୍ମଣ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ବୌଦ୍ଧଜିଲା ବ୍ରାହ୍ମଣ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦାନ କରି ବେଦପାଠ ବିଦ୍ୟାଳୟ ମାଧ୍ୟମରେ ଜ୍ଞାନ ଆହରଣ କରି ଜନସାଧାରଣଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରିବା ବ୍ରାହ୍ମଣମାନଙ୍କ କର୍ତ୍ତବ୍ୟ ବୋଲି ପ୍ରକାଶ କରିଥିଲେ। ଜିଲା ବ୍ରାହ୍ମଣ ସମାଜର ସଭାପତି ଗୁରୁ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ଦେବାଶିଷ ପୁରୋହିତ ବିବରଣୀ ପାଠ କରିଥିଲେ। ସମ୍ମାନୀତ ଅତିଥି ଭାବେ ଇଂ. ସୀମାଞ୍ଚଳ ମହାପାତ୍ର, ପ୍ରତିଷ୍ଠାତା ସଭାପତି ଓଡିଶା ବ୍ରାହ୍ମଣ ମହାସଂଘ କିଶୋର ପଣ୍ଡା, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ପାଢୀ ପ୍ରମୁଖ ଯୋଗଦାନ କରି ବ୍ରାହ୍ମଣ ସମାଜର ବିକାଶ ଦିଗରେ ସମସ୍ତଙ୍କ ଉଦ୍ୟମ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। କାର୍ଯ୍ୟକାରୀ ସଦସ୍ୟ ସୁଶାନ୍ତ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆବାହକ ଶଙ୍କର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

 

- Advertisement -

ଏହି ଉତ୍ସବରେ ଜିଲା ବ୍ରାହ୍ମଣ ସମାଜର ପୁର୍ବତନ ସଭାପତି ଗୌରମୋହନ ମିଶ୍ର, ଅଚ୍ୟୁତାନନ୍ଦ ମିଶ୍ର ଓ ପୁର୍ବତନ ସଂପାଦକ ସଞ୍ଜୀବ କୁମାର ପଣ୍ଡାଙ୍କୁ ସମ୍ମାନୀତ କରାଯିବା ସହିତ ପଣ୍ଡିତ୍ ହାଡିବନ୍ଧୁ ଆଚାର୍ଯ୍ୟ ଓ ନରେନ୍ଦ୍ର କୁମାର ପାଢୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବ୍ରାହ୍ମଣ ସମାଜର ମୁଖପତ୍ର ବ୍ରହ୍ମ ନିନାଦ ଉନ୍ମୋଚିତ ହୋଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କାର୍ଯ୍ୟକାରୀ ସଭାପତି କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧି ରଂଜନ ରଥ, ବାଣେଶ୍ୱର ଦାଶ, ନବୀନ କୁମାର ପଣ୍ଡା, ରମେଶ ମହାପାତ୍ର ଓ ନିରଂଜନ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ବୌଦ୍ଧ ବ୍ରାହ୍ମଣ ସମାଜର ଉପ ସଭାପତି ଶମ୍ଭୁପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଶ୍ୱ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories