www.samajalive.in
Saturday, December 13, 2025
14.1 C
Bhubaneswar

ଏହି ମୁସଲମାନ ବହୁଳ ଦେଶର ମୁଦ୍ରାରେ ଛପା ଯାଇଥାଏ ପ୍ରଭୁ ଗଣେଶଙ୍କ ଚିତ୍ର

ସାରା ଦେଶରେ ଆଜି ଗଣେଶ ଚତୁର୍ଥୀର ଉତ୍ସବ ପାଳନ ହେଉଛି। ପ୍ରଭୁ ଗଣେଶଙ୍କୁ ବିଦ୍ୟା, ସୁଖ, ଶାନ୍ତି ଓ ସମୃଦ୍ଧିର ଦେବତା ବୋଲି କୁହାଯାଇଥାଏ। ଭଗବାନ ଗଣେଶଙ୍କୁ କେବଳ ଭାରତରେ ଶ୍ରଦ୍ଧାର ସହ ପୂଜା କରାଯାଇ ନଥାଏ ବରଂ ଦୁନିଆର ବିଭିନ୍ନ ଦେଶ ଏପରିକି ମୁସଲମାନ ବହୁଳ ଦେଶରେ ମଧ୍ୟ ଭଗବାନ ଗଣେଶଙ୍କ ପ୍ରତି ଶ୍ରଦ୍ଧା ଓ ବିଶ୍ୱାସ ରହିଛି। ସବୁଠାରୁ ବଡ଼ ମୁସଲମାନ ବହୁଳ ଦେଶ ଇଣ୍ଡୋନେସିଆ, ଯେଉଁଠି ମାତ୍ର ୩ ପ୍ରତିଶତ ହିନ୍ଦୁ ବାସ କରିଥାଆନ୍ତି ସେଠାକାର ନୋଟ୍‍ ଉପରେ ଭଗବାନ ଗଣେଶଙ୍କ ଫଟୋ ଛପା ହୋଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।

ଇଣ୍ଡୋନେସିଆର ମୁଦ୍ରାକୁ ରୁପିଆଃ କୁହାଯାଏ। ଏଠାକାର ୨୦ ହଜାର ଟଙ୍କାର ନୋଟ୍‍ ଉପରେ ପ୍ରଭୁ ଗଣେଶଙ୍କର ଚିତ୍ର ରହିଛି। ଏହି ମୁସଲମାନ ବହୁଳ ଦେଶର ଲୋକେ ଭଗବାନ ଗଣେଶଙ୍କୁ ଶିକ୍ଷା, କଳା ଓ ବିଜ୍ଞାନର ଦେବତା ବୋଲି ମାନି ଥାଆନ୍ତି। ଇଣ୍ଡୋନେସିଆର ଏହି ୨୦ ହଜାର ଟଙ୍କା ନୋଟ୍‍ର ଗୋଟିଏ ପାର୍ଶ୍ବରେ ଭଗବାନ ଗଣେଶଙ୍କ ଚିତ୍ର ଥିବା ବେଳେ ଅନ୍ୟ ପାର୍ଶ୍ବରେ ଶ୍ରେଣୀଗୃହର ଫଟୋ ଛପା ହୋଇଥାଏ। ଯେଉଁଥିରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଚିତ୍ର ରହିଛି। ତେବେ ଚାଲନ୍ତୁ ଜାଣିବା କାହିଁକି ଏକ ମୁସଲମାନ ବହୁଳ ଦେଶର ମୁଦ୍ରାରେ ପ୍ରଭୁ ଗଣେଶଙ୍କୁ ସ୍ଥାନ ଦିଆଯାଇଛି।

- Advertisement -

ନୋଟ୍‍ରେ ପ୍ରଭୁ ଗଣେଶଙ୍କ ଫଟୋ ଛାପିବାର କାରଣ :

ସୂଚନା ଯୋଗ୍ୟ ଯେ, କିଛି ବର୍ଷ ପୂର୍ବେ ଇଣ୍ଡୋନେସିଆର ଅର୍ଥବ୍ୟବସ୍ଥାରେ କିଛି ସମସ୍ୟା ଦେଖା ଦେଇଥିଲା। ଏହାପରେ ସେଠାରେ ୨୦ ହଜାର ଟଙ୍କିଆ ନୂଆ ନୋଟ୍‍ ଜାରି କରାଯାଇଥିଲା, ଯେଉଁଥିରେ ଭଗବାନ ଗଣେଶଙ୍କ ଫଟୋ ଛପା ଯାଇଥିଲା। ଏହାକୁ ଛାପିବା ପଛରେ ଆର୍ôଥକ ବିଶେଷଜ୍ଞ ମାନଙ୍କର ବିଶ୍ୱାସ ଥିଲା ଯେ ଏହାଦ୍ୱାରା ଅର୍ଥ ବ୍ୟବସ୍ଥା ପୁଣି ସୁଦୃଢ ହୋଇଯିବ ଓ ବାସ୍ତବରେ ପରେ ସେହିପରି ହିଁ କିଛି ଦେଖିବାକୁ ମିଳିଥିଲା। ଦେଶର ଅର୍ଥ ବ୍ୟବସ୍ଥା ପୁଣି ସୁଦୃଢ ହୋଇଯାଇଥିଲା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories