www.samajalive.in
Saturday, December 13, 2025
14.1 C
Bhubaneswar

ପିପିଲିରେ ଗଣେଶ ପୂଜା ମହା ସମାରୋହରେ ପାଳିତ

ପିପିଲି :ପିପିଲିର ପୁରପଲ୍ଲୀରେ ପ୍ରଭୂ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ପ୍ରବଳ ଭକ୍ତି, ଉଦ୍ଦିପନା ଓ ଆଗ୍ରହ ସହକାରେ ପାଳିତ ହୋଇଯାଇଛି।
ପିପିଲି କଲେଜ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜବାହର ବିଦ୍ୟାପୀଠ, ପିପିଲି ହାଇସ୍କୁଲ, ସରକାରୀ ପ୍ରାଥମିକ ଶିକ୍ଷକ-ଶିକ୍ଷା ପ୍ରତିଷ୍ଠାନ, ଗୋବିନ୍ଦପୁର ହାଇସ୍କୁଲ, ମଙ୍ଗଳପୁର ସ୍ଥିତ ପଦ୍ମାବତୀ ହାଇସ୍କୁଲ, ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ, ସଁପୁର ସ୍ଥିତ ଅଷ୍ଟଶମ୍ଭୁ ବିଦ୍ୟାପୀଠ, ନହଳାପଡା ହାଇସ୍କୁଲ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ପ୍ରଭୂ ଶ୍ରୀ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତିକୁ ପୂଜାର୍ଚ୍ଛନା କରାଯିବା ସହ ଭୋଜିର ଆୟୋଜନ କରାଯାଇଥିଲା। କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଂଜିନିୟରିଂ କଲେଜରେ ମଧ୍ୟ ଗଣେଶ ପୂଜା ଅତି ଯାକଜମକରେ ପାଳନ କରାଯାଇଥିଲା। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନାପୀଠ ବାଲିଗାଁ ଠାରେ ଶ୍ରୀଗଣେଶଙ୍କ ମନ୍ଦିରରେ ମଧ୍ୟ ଏହି ଉପଲକ୍ଷେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା।
ପିପିଲିର ମହାରାଜା କ୍ଲବ, ଗଣପତି କ୍ଲବ, ବିଭିନ୍ନ ବ୍ୟବସାୟୀ ସଂଘ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଆକର୍ଷଣୀୟ ପୂଜାମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉତ୍ତରାବଜାର, ଗୁଡିଆପୋଖରୀ ଛକ, ସିଉଳା ଛକ, ଜଇସପାଟଣା ଛକ, ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର, କାକୁଡିଆ ଛକ, କଣ୍ଟି ବଜାର, ବାରିମୂଳ ଗ୍ରାମ୍ୟ ଛକ, ମଠସାହି ଛକ, ଅନନ୍ତପୁର ଛକ, ମାଧିପୁର ଛକ, ଭାରତୀପୁର ଛକ, ଅକ୍ଟ୍ରାଇ ଛକ, ଜଗନ୍ନାଥପୁର ବଜାର, ହରିପୁର ବଜାର, ଭାଣପୁର ବଜାର, ରେଂଚ ବଜାର, ଖେଲାର ବଜାର ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ପୂଜାମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories