www.samajalive.in
Saturday, December 13, 2025
26.1 C
Bhubaneswar

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି କର୍ମୀ ବୈଠକ

ବେଗୁନିଆ: ବେଗୁନିଆ ବିଜେପିର ପୂର୍ବତନ ସଭାପତି ତଥା ସିମୋର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅଜୟ କୁମାର ମାର୍ଥ।ଙ୍କ ଆବାହକତ୍ଵରେ ୨୨ନଂ ଜିଲ୍ଲା ପରିଷଦ ଯୋନ ଅନ୍ତର୍ଗତ ୭ଟି ପଞ୍ଚାୟତର କର୍ମୀ ଏବଂ କାର୍ଯ୍ୟକର୍ତାଙ୍କୁ ନେଇ କଣ୍ଟାମଳିମ ବାଉତି ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳରେ ଦୀର୍ଘଦିନ ଧରି ପଡିରହିଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ଉପେକ୍ଷା କରାଯାଇ ବିଭିନ୍ନ ସମୟରେ ବିଧାୟକ ପ୍ରାର୍ଥୀ ହେଉ କିମ୍ବା ଜିଲ୍ଲାପରିଷଦ ପ୍ରାର୍ଥୀ ଦଳୀୟ ସେମାନଙ୍କୁ ଅବହେଳା କରୁଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬ଟି ଜିଲ୍ଲାପରିଷଦ ଜୋନରେ ଦଳର ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ଏକାଠି କରି ବିଜେଡି ବିରୁଦ୍ଧରେ ଲଢ଼ିବା ନିମନ୍ତେ ସ୍ଥିର କରାଯାଇଥିଲା।

୨୨ନଂ ଜିଲ୍ଲା ପରିଷଦ ଜୋନରେ ଅଜୟ କୁମାର ମାର୍ଥ।ଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରିବା ପାଇଁ କର୍ମୀମାନେ ନିଷ୍ପତ୍ତି ନେଇ ଦସ୍ତଖତ ସମ୍ବଳିତ ଏକ ଦାବି ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍ତର ବେଗୁନିଆର କାର୍ଯ୍ୟକର୍ତା ରଂଜନ କୁମାର ନାୟକ, ଦୀପକ କୁମାର ମହାପାତ୍ର, ପ୍ରଫୁଲ ଚନ୍ଦ୍ର ପଣ୍ଡା, ପ୍ରମୋଦ କୁମାର ପଣ୍ଡା, ଦୟାନିଧି ବେହେରା, ବିଜୟା ନନ୍ଦ ଷଡଙ୍ଗୀ, ବିପିନ ବିହାରୀ ପ୍ରଧାନଙ୍କ ସହିତ ପ୍ରାୟ ଦୁଇଶହ କର୍ମୀ ଏବଂ କର୍ମକର୍ତ୍ତା ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories